Tuesday, February 24, 2026
21 C
Odisha

    ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଭିକେ ପାଣ୍ଡିଆନଙ୍କୁ ବହିଷ୍କାର କରାଯାଉ : ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୪/୦୪: ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ସରକାରୀ ଅଧିକାରୀମାନେ ସିଧାସଳଖ ଭାବରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନଙ୍କ ତାଲିକା ରହିଛି ସେହି ତାଲିକାର ୧ନମ୍ବରରେ ସ୍ଥାନରେ ଅଛନ୍ତି ଭିକେ ପାଣ୍ଡିଆନ ଯାହା ବଡ ଆଶ୍ଚର୍ଯ୍ୟଜନକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ଏବେ ବି ସେହି ତଥ୍ୟ ଉପଲବ୍ଧ ଅଛି । ପାଣ୍ଡିଆନ ବାବୁ ହେଉଛନ୍ତି ବିଜେଡିର ଜଣେ ନେତା । ସେ ବିଜେଡି ଦଳର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ସଂଚାଳନ କରୁଛନ୍ତି, ବିଜେଡି ଟିକେଟ୍ ବଂଟନ ତାଙ୍କ ନିର୍ଦ୍ଦେଶରେ ହେଉଛି । ପାଣ୍ଡିଆନ ବାବୁ ବର୍ତମାନ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ଆଜି ପର୍ଯ୍ୟନ୍ତ ଭିକେ ପାଣ୍ଡିଆନଙ୍କୁ କିଭଳି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସରଭାବରେ କାମ କରିବା ପାଇଁ ଦିଆଯାଉଛି? ଶ୍ରୀ ପାଣ୍ଡି ନେତା ନା ଅଫିସର ତାହା କ’ଣ ସରକାର ଜାଣିପାରୁନାହାନ୍ତି କି? ଯଦି ଶ୍ରୀ ପାଣ୍ଡିଆନ ଅଫିସର ତାଲିକାରେ ୧ନଂରେ ସ୍ଥାନରେ ଅଛନ୍ତି ତାହାଲେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଶାସକ ଦଳର ରାଜନୈତିକ କାର୍ଯ୍ୟକ୍ରମରେ ରହିପାରିବେ କି? କିଛିଦିନ ତଳେ ନିର୍ବାଚନ କମିଶନ ୫ଜଣ ଆଇପିଏସ୍ ଅଫିସର ଓ ୨ଜଣ ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏବେ ମୁଖ୍ୟ ଶାସନ ସଚିବ ନିର୍ବାଚନ କମିଶନଙ୍କ ନିୟମକୁ ଅନୁସରଣ କରି ଭିକେ ପାଣ୍ଡିଆନଙ୍କୁ ତୁରନ୍ତ ୫-ଟିି ଚେୟାରମ୍ୟାନ ପଦରୁ ବହିଷ୍କାର କରିବା ସହ ତାଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ମୁଖ୍ୟ ଶାସନ ସଚିବଙ୍କ ବଡ ଭୂମିକା ରହିଛି । ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ପଦବୀରେ ଅଛନ୍ତି ଓ ନେତା ହୋଇ ସର୍ବସମ୍ମୁଖରେ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଉଛନ୍ତି । ନିର୍ବାଚନ ଆଚରଣ ବିଧିର ଏଭଳି ଖୁଲମଖୁଲା ଉଲଙ୍ଘନ କେବେ ହୋଇନାହିଁ । ଦିନେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ପରିଚାଳନାରେ ଜଣେ ଅଫିସରଙ୍କ ସମ୍ପୃକ୍ତି ପାଇଁ ତାଙ୍କର ନିର୍ବାଚନ ଅସିଦ୍ଧ ହୋଇଥିଲା ଓ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିଲା । ଏବେ ଓଡିଶାରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳିନ ପରିସ୍ଥିତି ଏପିସୋଡ ରିପିଟ ହେବାକୁ ଯାଉଛି ।
    ନିିକଟରେ ରାଜ୍ୟର ଜଣାଶୁଣା ସୂଚନା ଅଧିକାର ଆଇନ କର୍ମୀମାନେ ପାଣ୍ଡିଆନ ବାବୁଙ୍କର ସୁରକ୍ଷାରେ ୭୪ଜଣ ପୋଲିସ ଅଧିକାରୀ କାହିଁକି କାମ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ଯେ ନିଜେ ପାଣ୍ଡିଆନ ବାବୁ ଏହି ଘଟଣାକୁ ନେଇ ଚୁପ ଥିଲା ବେଳେ ଭୁବନେଶ୍ୱର ପୋଲିସ ନିଜ ଆଡୁ ମୋକଦ୍ଦମା ରୁଜୁ କରୁଛି । ଗଣତନ୍ତ୍ରରେ ସତ୍ୟକୁ ସାମ୍ନା କରିବା ଦରକାର । ତାହା ନକରି ଯଦି ମିଛ ମୋକଦ୍ଦମା ରୁଜୁ କରାଯାଏ ତାହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥୀବା ବେଳେ ପୋଲିସ କାହିଁକି ଜଣେ ଦଳିୟ ନେତାଙ୍କ ଚାପରେ କାମ କରୁଛି ? ପୋଲିସ ପ୍ରଶାସନ ପାଖରେ ସତସାହାସ ଅଛି ଯଦି ସେମାନେ କୁହନ୍ତୁ ଯାହା ତଥ୍ୟ ଦିଆଯାଇଛି ତାହା ଭୁଲ୍ ବୋଲି । ତାହା ନକରି ଆମେ ତଥ୍ୟ ଦେଇନାହୁଁ ବୋଲି କହିବା ଦର୍ଶାଉଛି ପୋଲିସର ଦୁର୍ବଳତା । ଓଡିଶାର ଗଣତନ୍ତ୍ର ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି । ମିଡିଆ ଉପରେ ଆକ୍ରମଣ ହେଉଛି, ସୂଚନା ଅଧିକାର କର୍ମୀମାନଙ୍କ ଉପରେ ମିଛ କେସ୍ ଲଗାଇ ତାଙ୍କୁ ହଇରାଣ କରାଯାଉଛି । ଲୋକେ ଏଥର ନିର୍ବାଚନରେ ଏସବୁର ଉଚିତ ଜବାବ ଦେବେ ବୋଲି ଶ୍ରୀ ବିଶ୍ୱାଳ କହଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21 ° C
    21 °
    21 °
    70 %
    2.7kmh
    69 %
    Tue
    22 °
    Wed
    34 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ