Wednesday, February 11, 2026
15.2 C
Odisha

    ମୃତ ବ୍ୟକ୍ତି ର ୧୩ ଦିନରେ ୧୩ ଜଣ ବ୍ରାହ୍ମଣଙ୍କୁ କାହିଁକି ଭୋଜନ ଦିଆଯାଇଥାଏ , କଣ କହୁଛି ଗରୁଡ଼ ପୁରାଣ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମର ୧୬ ଟି ସଂସ୍କାର ରହିଛି , ଯେଉଁଥିରେ ସର୍ବ ପ୍ରଥମେ ଗର୍ଭ ଧାରଣ ସଂସ୍କାର ରହିଥାଏ। ଏହି ସଂସ୍କାର ସହିତ ଜୀବନ ଆରମ୍ଭ ହୋଇଥାଏ, ଅନ୍ୟ ପକ୍ଷରେ ଷୋଡଶ ଅର୍ଥାତ ଶେଷ ସଂସ୍କାରରେ ଆତ୍ମା ଜୀବନ ତ୍ୟାଗ କରିଥାଏ। ଏଥିରେ ଦାହ ସଂସ୍କାର ସହିତ ଶ୍ମଶାନ କର୍ମ ସହିତ ପିଣ୍ଡଦାନ ଓ ୧୩ ଦିନର କର୍ମ କରାଯାଇ ଥାଏ। ହିନ୍ଦୁ ପରିବାରରେ ଯେତେବେଳେ ଘରର କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଥାଏ ତେବେ ୧୩ ଦିନ ପର୍ଯ୍ୟନ୍ତ କର୍ମକାଣ୍ଡ ହୋଇଥାଏ।

    ମୋହରେ ବନ୍ଧା ଆତ୍ମା –
    ଗରୁଡ଼ ପୁରାଣ ଅନୁସାରେ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀ ସମସ୍ତ କଥା ବିସ୍ତାରରୁ ବର୍ଣ୍ଣନା କରାଯାଇଥାଏ, ମାରିବା ପରେ ଆତ୍ମାର ସ୍ଥିତି କଣ ହୋଇଥାଏ, ଆତ୍ମାର ଶାନ୍ତି ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇଥାଏ, ଗରୁଡ଼ ପୁରାଣରେ ଏହି ସମସ୍ତ ବିଷୟରେ ବିସ୍ତୃତ ଭାବରେ କୁହାଯାଇଛି। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ମୃତ ବ୍ୟକ୍ତର ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ନିଜ ଆତ୍ମୀୟମାନଙ୍କ ସହିତ ରହିଥାଏ, କାହିଁକିନା ଆତ୍ମା ପରିଜନଙ୍କ ମୋହରେ ବନ୍ଧା ହୋଇଥାଏ, ଏବଂ ଯମ ଲୋକ ଯିବାକୁ ଇଚ୍ଛା କରି ନଥାଏ। ନା ତା ମଧ୍ୟରେ ଯମ ଲୋକ ଯିବାର ଶକ୍ତି ରହିଥାଏ।

    ୧୩ ଦିନରେ ଏଭଳି କରି ଥାଆନ୍ତି ଯମ ଦୂତ –
    ୧୦ ଦିନ ପର୍ଯ୍ୟନ୍ତ ଆତ୍ମାର ଯେଉଁ ପିଣ୍ଡଦାନ କରାଯାଇଥାଏ ଏହାଦ୍ୱାରା ଆତ୍ମା ଶକ୍ତିଶାଳୀ ହୋଇଥାଏ ଏବଂ ସେ ଗୋଟିଏ ସୁଖଂ ଶରୀରରେ ପରିବର୍ତ୍ତନ ହୋଇଥାଏ।

    ୧୧ ଓ ୧୨ ଦିନର ପିଣ୍ଡଦାନ ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ଆକାର ଦେଇଥାଏ ଏବଂ ୧୩ ଦିନରେ ସେହି ଆତ୍ମା ଏତେ ଶକ୍ତିଶାଳୀ ହୋଇଯାଇଥାଏ ଯେ ଯମ ଲୋକ ଯାତ୍ରା କରିବା ପାଇଁ ସମର୍ଥ ହୋଇଥାଏ।

    ଏବଂ ୧୩ ଦିନରେ ଯମ ଦୂତ ଆତ୍ମାକୁ ତାର ପ୍ରିୟଜନଙ୍କ ନିକଟରୁ ଘୋଷାଡ଼ି ଘୋଷାଡ଼ି ନେଇ ଥାଆନ୍ତି। ଯାହାଦ୍ୱାରା ଆତ୍ମାକୁ ଖୁବ କଷ୍ଟ ସହିବାକୁ ପଡିଥାଏ।

    ୧୩ ଦିନର ପିଣ୍ଡଦାନର କଣ ରହିଛି ମହତ୍ୱ –

    ୧୩ ଦିନର ପିଣ୍ଡଦାନରେ ମୃତ ଆତ୍ମାକୁ ଗୋଟିଏ ବର୍ଷ ପାଇଁ ଭୋଜ ଦିଆଯାଇଥାଏ, ଯେତେବେଳେ ୧୩ ଦିନରେ ୧୩ ଜଣ ବ୍ରାହ୍ମଣଙ୍କୁ ଭୋଜନ କରିବାକୁ ଦିଆଯାଇଥାଏ ସେତେବେଳେ ମୃତ ବ୍ୟକ୍ତିର ଆତ୍ମା ଶାନ୍ତିପାଇଥାଏ ଏବଂ ତାକୁ ପ୍ରେତ ଯୋନୀରୁ ମୁକ୍ତି ମିଳିଥାଏ। ଯଦି ୧୩ ଦିନରେ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଏ ନାହିଁ ତେବେ ମୃତକ ବ୍ୟକ୍ତିର ଆତ୍ମା ଉପରେ ବ୍ରାହ୍ମଣଙ୍କ ଋଣ ରହିଥାଏ ଏବଂ ଆତ୍ମାକୁ ମୁକ୍ତି ମିଳି ନଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    15.2 ° C
    15.2 °
    15.2 °
    70 %
    1.5kmh
    31 %
    Wed
    32 °
    Thu
    32 °
    Fri
    33 °
    Sat
    34 °
    Sun
    32 °

    ସମ୍ବନ୍ଧିତ