Thursday, April 2, 2026
37.1 C
Odisha

    ମେ’ ୨ରୁ ଓଜେଇଇ: ଦୈନିକ ତିନୋଟି ସିଫ୍ଟରେ ହେବ ପରୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟର ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ଏବଂ ନର୍ସିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ମେ’ ୨ରୁ ଆରମ୍ଭ ହୋଇ ମେ’ ୧୨ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରବେଶିକା ପରୀକ୍ଷା ଦୈନିକ ତିନୋଟି ସିଫ୍ଟରେ ହେବ। ଏସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ରେ ପ୍ରାୟ ୬୫ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବାବେଳେ ୨୦୨୫ରେ ୯୫ ହଜାରରୁ ଊର୍ଦ୍ଧ୍ବ ପଞ୍ଜୀକରଣ ହୋଇଛି। ୨୦୨୪ରେ ଓଡ଼ିଶା ସହିତ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ମୋଟ ୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଚଳିତବର୍ଷ ୭୦ଟି ପରୀକ୍ଷା କେନ୍ଦ୍ର କରିଛି ଓଜେଇଇ। ଓଡ଼ିଶାର ୩୦ଟି ଜିଲାରେ ୬୪ଟି ପରୀକ୍ଷା କେନ୍ଦ୍ର ହୋଇଥିବାସ୍ଥଳେ ପାଟନା, କଲକାତା ଏବଂ ରାଞ୍ଚିରେ ଦୁଇଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ପୂର୍ବରୁ ନର୍ସିଂ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାକୁ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ (ଡିଏମଇଟି) ପରିଚାଳନା କରୁଥିଲା। ଚଳିତ ବର୍ଷ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ଓଜେଇଇକୁ ଦେଇଛନ୍ତି। ପ୍ରଥମ ସିଫ୍ଟ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା, ଦ୍ବିତୀୟ ସିଫ୍ଟ ଦିନ ସାଢ଼େ ୧୨ଟାରୁ ସାଢ଼େ ୨ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ଣ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏଁ ଚାଲିବ। ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ଼ ଟେଷ୍ଟ(ସିବିଟି)ମାଧ୍ୟମରେ କରାଯିବ।
    ମେ’ ୨ରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସିଫ୍ଟରେ କେବଳ ବି.ଫାର୍ମା ପାଇଁ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବେ। ମେ’ ୩ରେ ପ୍ରଥମ ସିଫ୍ଟରେ ବି.ଫାର୍ମା ଓ ଲାଟେରାଲ ଫାର୍ମା ପାଇଁ ପରୀକ୍ଷା ରହିଛି। ସେହିଦିନ ଦ୍ବିତୀୟ ଓ ତୃତୀୟ ସିଫ୍ଟରେ ଏମବିଏ ପାଇଁ ପରୀକ୍ଷା ଚାଲିବ। ମେ’ ୫ରେ ପ୍ରଥମ ସିଫ୍ଟରେ ଲାଟେରାଲ ଟେକ୍ (ଡିପ୍ଲୋମା), ଦ୍ବିତୀୟ ସିଫ୍ଟରେ ଇଣ୍ଟ୍ରିଗ୍ରେଟେଡ୍‌ ଏମବିଏ ଏବଂ ତୃତୀୟ ସିଫ୍ଟରେ ବି.କ୍ୟାଟ୍‌ (ସିନେମାଅଟୋଗ୍ରାଫି, ସାଇଣ୍ଡ ରେକର୍ଡ଼ିଂ ଓ ଡିଜାଇନିଂ) ଏବଂ ଲାଟେରାଲ ଟେକ୍‌ର ବି.ଏସସି ରହିଛି। ମେ’ ୬ରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମସିଏ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଥିବାବେ‌ଳେ ତୃତୀୟ ସିଫ୍ଟରେ ବି.କ୍ୟାଟ୍‌(ଫିଲ୍ମ ଏଡିଟିଂ, ଏମ.ଫାର୍ମା, ଏମ.ଆର୍କ, ଏମ.ପ୍ଲାନ୍, ଏମ.ଟେକ୍‌) ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୧୦ରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସିଫ୍ଟରେ କେବଳ ବେସିକ୍ ବି.ଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ରହିଛି। ମେ’ ୧୧ ପ୍ରଥମ ସିଫ୍ଟରେ ବେସିକ୍ ବି.ଏସସି ନର୍ସିଂ ଓ ପୋଷ୍ଟ ବେସିକ ଡିପ୍ଲୋମା ନର୍ସିଂ, ଦ୍ବିତୀୟ ସିଫ୍ଟରେ ବେସିକ ବି.ଏସ ନର୍ସିଂ ଓ ଏମ.ଏସସି ନର୍ସିଂ ଏବଂ ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ ବି.ଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ରହିଛି। ମେ’ ୧୨ରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସିଫ୍ଟରେ କେବଳ ଲାଟେରାଲ ଟେକ୍ (ଡିପ୍ଲୋମା) ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ