Thursday, September 19, 2024
25.2 C
Odisha

    ରକ୍ତଶର୍କରା ମାତ୍ରା(ବ୍ଲଡ୍ ସୁଗାର ଲେବଲ) କମ୍ କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

    ଆଗକୁ ପଢନ୍ତୁ

     

    ଆଜିକାଲି ଖୁବ ଦ୍ରୁତଗତିରେ ଆଗେଇ ଚାଲିଛି ଜୀବନ । ସମୟ ସହିତ ତାଳ ଦେଇ ଦୌଡୁଛି ମଣିଷ । ଜୀବନ ଜୀବିକାର ଏହି ଦୌଡ଼ରେ ମଣିଷ ପଛରେ ଛାଡି ଦେଇଛି ସବୁଠାରୁ ମୁଲ୍ୟବାନ ସମ୍ପଦ, ସ୍ୱାସ୍ଥ୍ୟ କୁ । ବର୍ତ୍ତମାନର ହାଇଟେକ ଯୁଗରେ ବ୍ୟସ୍ତବହୁଳ ଜୀବନ ସହିତ ମଣିଷ ହତାଦର କରିଚାଲିଛି ନିଜର ସ୍ୱାସ୍ଥ୍ୟକୁ । ନିଜର ଅଳସୁଆମୀ ପାଇଁ ହେଉ କିମ୍ବା ସମୟ ଅଭାବରୁ, ପ୍ୟାକେଜ୍ଡ ଫୁଡ ତଥା ଡ୍ରିଂକ୍ସ ଓ ଜଙ୍କ ଫୁଡ ସବୁ ଖାଇବା ଫଳରେ ମଣିଷ ଭୋଗୁଛି ବିଭିନ୍ନ ପ୍ରକାରର ସମସ୍ୟା । ଡାଇବେଟିସ, ହାଇ ବ୍ଲଡ୍ ପ୍ରେସର, ଏସବୁ ରୋଗ ଯେପରି ଖୁବ ସାଧାରଣ ପାଲଟି ଗଲାଣି । ରକ୍ତରେ ଶର୍କରାର ପରିମାଣ ବଢିଗଲେ ହୃଦଘାତ ର ସମସ୍ୟା, କିଡ଼ନୀ , ଦୃଷ୍ଠି ଶକ୍ତି,ସ୍ନାୟୁ ଓ ଚର୍ମ ଜନିତ ସମସ୍ୟା ଆଦି ଦେଖା ଦେଇଥାଏ । ଏହିସବୁ ବିରାଟ ସମସ୍ୟାରୁ ଦୂରରେ ରହିବା ପାଇଁ ଆମକୁ ଶରୀରରେ ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିବାକୁ ହେବ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଚୁ କେତୋଟି ଖାଦ୍ୟର ଏକ ତାଲିକା ଯାହା ରକ୍ତରେ ଶର୍କରାର ସ୍ଥରକୁ ନିୟନ୍ତ୍ରଣ ରଖିବାରେ ଆପଣଙ୍କୁ ସହାୟକ ହେବ ।

    1. ବ୍ରାଉନ ରାଇସ : ଆମେ ସାଧାରଣତଃ ଖାଉଥିବା ଭାତ ତଥା ହ୍ଵାଇଟ ରାଇସ୍ ବଦଳରେ ବ୍ରାଉନ ରାଇସ କୁ ସାମିଲ କରି ପାରିବା । ଏଥିରେ ପ୍ରଚୁର ପରିମାଣରେ ଫାଇବର ଓ ନ୍ୟୁଟ୍ରିଏଣ୍ଟସ ଭରି ହେଇ ରହିଛି । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ଭାଲ୍ୟୁ ଖୁବ କମ ହୋଇଥିବାରୁ ଏହା ରକ୍ତ ଶର୍କରା ସ୍ଥରକୁ ନିୟନ୍ତ୍ରଣରେ ରଖିଥାଏ ।
    2. ଡାଲି ଜାତୀୟ ଖାଦ୍ୟ : ବିଭିନ୍ନ ପ୍ରକାର ଡାଲି, ଯେପରି ମଶୁର ଡାଲି ଓ ମୁଗ ଡାଲି ଆଦିରେ ପ୍ରୋଟିନ ଓ ଫାଇବର ଅଧିକ ପରିମାଣରେ ରହିଛି । ତେଣୁ ଏପରି ଖାଦ୍ୟର ଗ୍ଲାଇସେମିକ ଇଣ୍ଡେକ୍ସ ମଧ୍ୟ କମ ହୋଇଥିବାରୁ ଏହା ହାଇ ବ୍ଲଡ୍ ସୁଗାର ରୋଗୀଙ୍କ ପାଇଁ ଏକ ଭଲ ଅପ୍ସନ ।
    3. କନ୍ଦମୂଳ : ଆଳୁ ବଦଳରେ ଆପଣ ଖାଦ୍ୟରେ କନ୍ଦମୂଳ ବ୍ୟବହାର କରି ପାରିବେ । ସାଧାରଣ ଆଳୁ ତୁଳନାରେ କାନ୍ଦମୂଳରେ କମ ଗ୍ଲାଇସେମିକ ଇଣ୍ଡେକ୍ସ ଭାଲ୍ୟୁ ଥିବାରୁ ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ସହାୟକ ହୋଇଥାଏ ।
    4. ସବୁଜ ପନିପରିବା : ବିଭିନ୍ନ ପ୍ରକାର ସବୁଜ ପାରିବା ଯେପରି ପାଳଙ୍ଗ, ବ୍ରୋକଲୀ,ବନ୍ଧା କୋବି, କ୍ୟାପ୍ସିକମ ଆଦି ଖାଇବା ଦ୍ଵାରା ଏହା ଶରୀରକୁ ପ୍ରଚୁର ନ୍ୟୁଟ୍ରିଏଣ୍ଟସ ଯୋଗାଇବା ସହିତ ରକ୍ତରେ ଶର୍କରା ର ପରିମାଣକୁ କମ ରଖିଥାଏ ।
    5. ପନିର : ପନିର ରେ ଖୁବ କମ ପରିମାଣରେ କାର୍ବୋହାଇଡ୍ରେଟ୍ସ ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ନିମନ୍ତେ ନ୍ୟୁଟ୍ରିଏଣ୍ଟସ ର ଏକ ବଢିଆ ଅପ୍ସନ ହୋଇପାରିବ।
    6. ରାଜମା : ଅନେକ ଲୋକଙ୍କର ରାଜମା ଖୁବ ପ୍ରିୟ ହୋଇଥାଏ । ପ୍ରଚୁର ପରିମାଣର ପ୍ରୋଟିନ ଓ ଖୁବ କମ ପରିମାଣର କାର୍ବସ ଥିବା ଏହି ସ୍ଵାଦିଷ୍ଟ ଖାଦ୍ୟକୁ ଆପଣ ଆପଣଙ୍କର ଡେଲି ଡାଏଟ ରେ ସାମିଲ କରି ହାଇ ବ୍ଲଡ୍ ସୁଗାର ସମସ୍ୟାଠାରୁ ଦୂରରେ ରହି ପାରିବେ ।
    7. ଓଟ୍ସ୍ : ଏହା ଏକ ଅତ୍ୟନ୍ତ ହାଲୁକା ଖାଦ୍ୟ । ଏଥିରେ ଜିରୋ କାର୍ବସ ଓ ଅଧିକ ପରିମାଣରେ ଫାଇବର ତଥା ନ୍ୟୁଟ୍ରିଏଣ୍ଟସ ରହିଛି । ଆପଣ ଓଟ୍ସ୍ ଖିରୀ, ଓଟ୍ସ୍ ଖେଚୁଡି କିମ୍ବା ଉପମା ଆଦି ବିଭିନ୍ନ ପ୍ରଣାଳୀରେ ଏହାକୁ ବନେଇ ଖାଇ ପାରିବେ ଓ ନିଜର ସ୍ୱାସ୍ଥ୍ୟ ଭଲ ରଖି ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ