Tuesday, December 24, 2024
16.9 C
Odisha

    ରତ୍ନଭଣ୍ଡାର, ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ

    ଆଗକୁ ପଢନ୍ତୁ

    ପୁରୀ: ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ। ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଏହାସହିତ ବାହାର ରତ୍ନଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି । ସବୁ କିଛି ସୁରକ୍ଷିତ ରହିଥିବା ଗଜପତି କହିଛନ୍ତି ।  ଭିତର ରତ୍ନଭଣ୍ଡାରର ସବୁ କିଛି ସ୍ଥାନାନ୍ତରଣ କରିବା ପରେ ଏହାକୁ ହାଇ ଟେକନୋଲୋଜି ଅନୁଯାୟୀ ତା ଭିତର ତନତନ କରି ଯାଞ୍ଚ କରାଯିବ । ଯେତେବେଳେ ପ୍ରଶାସନ ଏହି ନିଷ୍ପତ୍ତିରେ ପହଞ୍ଚିବ ଯେ ଏହା ଭିତରେ ଆଉ କିଛି ନାହିଁ । ସେତେବେଳେ ଏଏସଆଇକୁ ଉଭୟ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ । ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.9 ° C
    16.9 °
    16.9 °
    82 %
    1.4kmh
    76 %
    Tue
    26 °
    Wed
    27 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ