Thursday, April 2, 2026
37.1 C
Odisha

    ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା । ୧୫ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ । ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ । ୨୦୧୧ ପରେ ଏହା ପ୍ରଥମ ଜନଗଣନା ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ କରାଯିବ । ଏଥିପାଇଁ ସରକାର ପ୍ରାୟ ୧୧ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଦୁଇଟି ପର୍ଯ୍ୟାୟରେ ହେବ ସେନସସ । ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଏବଂ ଶୌଚାଳୟ ଭଳି ପ୍ରାୟ ୩୩ଟି ପ୍ରଶ୍ନ ପଚରାଯିବ । ଦ୍ବିତୀୟ ପର୍ଯ୍ୟାୟ ସେନସସ ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବ । ଏଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ଶିକ୍ଷା, ଏବଂ ଅର୍ଥନୈତିକ ସ୍ଥିତି ବିଷୟରେ ଗଣନା କରାଯିବ ।

    ଗଣନା କାର୍ଯ୍ୟ ପାଇଁ ପ୍ରାୟ ୧୦୦୮୭୫ ଜଣ ଗଣନାକାରୀ ଓ ପ୍ରାୟ ୧୭୨୮୨ ଜଣ ସୁପରଭାଇଜାରଙ୍କୁ ନିୟୋଜିତ କରାଯାଇଛି । ସମସ୍ତ ଗଣନାକାରୀ ଓ ସୁପରଭାଇଜର ଫିଲଡ଼ରେ ରହିବେ । ଜିଲ୍ଲାରେ ଜିଲ୍ଲାପାଳ ଓ ମହାନଗର ନିଗମରେ କମିଶନର ମାନଙ୍କ ନେତୃତ୍ୱରେ ଏହା ହେଉଛି । ଜଣେ ଗଣନାକାରୀ ୨୦୦ ଘରରୁ ତଥ୍ୟ ସଂଗ୍ରହ କରିବେ । ଗଣନାକାରୀଙ୍କୁ ତାଲିମ ସହ ଆନୁଷଙ୍ଗିକ ସାମଗ୍ରୀ ବ୍ୟବସ୍ଥା ହୋଇଛି । ଗତ ୨ ମାସ ହେଲା ତାଲିମ କାର୍ଯ୍ୟକ୍ରମ ଚାଲିଥିଲା । ସେମାନଙ୍କ ପାଇଁ ପାରିଶ୍ରମିକ ବ୍ୟବସ୍ଥା ମଧ୍ୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ