Wednesday, March 4, 2026
19.5 C
Odisha

    ରାଜ୍ୟରେ ଆହୁରି ୫ଦିନ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ନୂଆବର୍ଷରେ ଆହୁରି ବଢିବ ଜାଡ଼ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତର ପ୍ରକୋପ । ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଓ ହେମାଳ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ିମଟର ଚଳାଚଳ କମ ରହିଥିବା ଦେଖାଯାଇଛି । କୁହୁଡ଼ି ପାଇଁ ସୂର୍ଯ୍ୟଙ୍କ କିରଣ ମଧ୍ୟ ତେଜହୀନ ରହୁଥିବାରୁ ଶୀତ ଅଧିକ ଅନୁଭୁତ ହେଉଛି । ବଜାରଘାଟ ବି ଜନଶୂନ୍ୟ ହୋଇଯାଉଛି । ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଦେହମୁଣ୍ଡରେ ଗରମ ପୋଷାକ ପିନ୍ଧି ବାହାରୁଛନ୍ତି । ଚା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ପାର୍ବତ୍ୟାଞ୍ଚଳ ଜି. ଉଦୟଗିରି, ଉଦଳା ଆଦି ଅଞ୍ଚଳରେ ଲୋକମାନେ ଅସହ୍ୟ ଜାଡ଼ରେ କଲବଲ ହେଉଥିବା ଦେଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    32 %
    1.2kmh
    5 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    37 °

    ସମ୍ବନ୍ଧିତ