Thursday, April 2, 2026
37.1 C
Odisha

    ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼

    ଆଗକୁ ପଢନ୍ତୁ

    ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ ।  ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫. °C ଟପିଛି  ।   ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ହେବ ଅସମ୍ଭାଳ ତାତି । ଆନ୍ତାକାଲିଠୁ ରାଜ୍ୟରେ ହିଟ ୱେଭ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅସମ୍ଭାଳ ତାତିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଉ ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ହାଲୁକରୁ ମଧ୍ୟମ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବା ସହ ୩୦ ରୁ ୫୦ କିମି ଝଡ ପବନ ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

    ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରଭାବ ରହିବ । ନୂଆପଡା ବଲାଙ୍ଗୀର ସୋନପୁର ବୌଦ୍ଧ କନ୍ଧମାଳ ବରଗଡ଼ ଅନୁଗୁଳ ସମ୍ବଲପୁର ଦେଓଗଡ ଢେଙ୍କାନାଳ ଓ ଝାରସୁଗୁଡା ଏହି ୧୧ ଜିଲ୍ଲାକୁ ବାଦ ଦେଇ ଅବଶିଷ୍ଟ ୧୯ ଜିଲାରେ ବର୍ଷା ସମ୍ଭାବନା ରହିଛି ।  ସେହିପରି ଆସନ୍ତାକାଲି କୋରାପୁଟ ମାଲକାନଗିରି ଓ ନବରଙ୍ଗପୁର ର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୨୨ ରୁ ବର୍ଷାର ପରିମାଣ କମିବ ମୁଖ୍ୟତ ପାଗ ଶୁଖିଲା ରହିବ । ୨୨ ରେ ୭ ଜିଲ୍ଲାକୁ ହିଟ ୱେଭ ସହ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ଵିଭାଗ ।

    ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ । ସେପଟେ ଗତ ୨୪ ଘଂଟାରେ ୧୧ ସହର ରେ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪୩.୫ ଡ଼ିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ଥିଲା। ଟ୍ୱିନସିଟିରେ ୩୭ଡ଼ିଗ୍ରୀ ଛୁଇଁଥିଲା ପାରଦ। ସେହିପରି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ କନ୍ଧମାଳ ର ଟୀକାବଳୀରେ ସର୍ବାଧିକ ୫୫ ମିମି ବର୍ଷା ରେକର୍ଡ ହୋଇଛି । ଆଜି ଦିନ 2ଟା 30 ସୁଦ୍ଧା ଝାରସୁଗୁଡା ରେ 45.4°C ରେକର୍ଡ଼ ହୋଇଥିବା ବେଳେ ସମ୍ବଲପୁର 43. °C,ହୀରାକୁଦ 42.3°C,ରାଉରକେଲା 42.°C,କେନ୍ଦୁଝର 38.3°C,ଚାନ୍ଦବାଲି 38.2°C,ବାଲେଶ୍ୱର 37.°C,ଭୁବନେଶ୍ୱର 36.°C ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ