Saturday, March 28, 2026
38.2 C
Odisha

    ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ହାଡ଼ଭଙ୍ଗା ଶୀତର ରାଜୁତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ। ସେମିଳଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ। ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ୧୬ଟି ସହରରେ ପାରଦ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରେକର୍ଡ କରାଯାଇଛି। ଟୁଇନସିଟିରେ ୧୨ ଡିଗ୍ରୀ ସେଲସିୟସ ତଳେ ରହିଛି ପାରଦ।

    ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ବିଭିନ୍ନ ସ୍ଥାନରେ ତୁଷାରପାତ ସହ ଘନ କହୁଡି ଦେଖିବାକୁ ମିଳିଛି ।  ସେହିପରି, ଡିସେମ୍ବର ୧୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ତିନୋଟି ଜିଲ୍ଲାରେ ଶୀତଳ ଲହରୀ ଅନୁଭୂତ ହେବ। ସୁନ୍ଦରଗଡ଼, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ। ଏଥି ସହ ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ଶୀତଳ ଲହରୀ ହେବାର ସମ୍ଭାବନା ଅଧିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ