Saturday, March 28, 2026
37.7 C
Odisha

    ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର,ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଚଳିତମାସ ୨୨ ସୁଦ୍ଧା ଶେଷ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳଙ୍କୁ ପ୍ରମୁଖ ସଚିବ ସଞ୍ଜୟ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ନିୟମ-୨୦୨୦ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାଶନ କାର୍ଡ ଯୋଗାଇ ଦିଆଯିବ। ଏଥିପୂର୍ବରୁ ଥିବା ରାଶନକାର୍ଡ ତାଲିକାରେ ନୂତନ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ସରକାର ଏକ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ ଦେଇଛନ୍ତି । ତେଣୁ ଏପ୍ରିଲ ୨୨ ପୂର୍ବରୁ ନୂଆ ରାଶନ କାର୍ଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ସଞ୍ଜୟ ଉକ୍ତ ପତ୍ରରେ ଦର୍ଶାଇଛନ୍ତି।

    ପତ୍ରରେ ସେ ଆହୁରି ଉଲ୍ଲେଖ କରିଛନ୍ତି, ଏପ୍ରିଲ ୨୨ ପୂର୍ବରୁ ସଂପୃକ୍ତ ବିଡିଓ ଏବଂ ପୌରାଞ୍ଚଳ ଅଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯିବ। ରାଶନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ପରେ ଡ୍ରାଫ୍ଟ ପ୍ରାଥମିକତା ତାଲିକା (ଡିପିଏଲ)ରେ ରଖାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୂଡ଼ାନ୍ତ ପ୍ରାଥମିକତା ତାଲିକାକୁ ସ୍ଥାନାନ୍ତର କରିବା ଏବଂ ରାଶନ କାର୍ଡ ପିଡିଏଫ୍‌ ସୃଷ୍ଟି କରିବା ପାଇଁ ଆରସିଏମ୍‌ଏସ୍‌ରେ ବ୍ଲକ/ୟୁଏଲ୍‌ବି ସ୍ତରର ବିଡିଓଙ୍କୁ ସ୍ବୀକୃତି ଦିଆଯାଇଛି । ସେମାନେ ଉକ୍ତ ତାଲିକା ଅନୁଯାୟୀ ହିତାଧିକାରୀଙ୍କ ଇ-କଓ୍ବୋଇସି ଯାଞ୍ଚ କରିବେ। ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଡିଓ ଓ ମହାନଗର ନିଗମ ଆୟୁକ୍ତ ତଥା ପୌରାଞ୍ଚଳ ଅଧିକାରୀ ରଙ୍ଗିନ ରାଶନ କାର୍ଡ ପିଡିଏଫ୍‌ ଫର୍ମାଟରେ ପ୍ରସ୍ତୁତ କରିବେ। ସେଥିରେ ରାଶନକାର୍ଡର ଉଭୟ ପକ୍ଷରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ। ତେବେ ନୂତନ ରାଶନକାର୍ଡ ପିଛା ୧୦ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇ ପାରିବ। ଏହାବାଦ୍‌ ରାଶନକାର୍ଡର ଲମ୍ବ, ଓସାର ଏବଂ ମୋଟେଇ କେତେ ରହିବ ତାହା ନେଇ ନିର୍ଦ୍ଦିଷ୍ଟ ସ୍ପେସିଫିକେଶନ ପ୍ରଦାନ କରାଯାଇଛି। ନୂତନ ରାଶନ କାର୍ଡ ବଣ୍ଟନ ପୂର୍ବରୁ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ପୌର କମିଶନର/କାର୍ଯ୍ୟକାରୀ ଅଧିକାରୀମାନେ ୨୦ ଏପ୍ରିଲ ସୁଦ୍ଧା ରାଶନ କାର୍ଡ ତାଲିକାକୁ ଲାମିନେଟ୍‌ କରିବେ। ରାଶନ କାର୍ଡର ଲାମିନେଟେଡ୍‌ କପିଗୁଡ଼ିକ ବ୍ଲକ କିମ୍ବା ପୌରାଞ୍ଚଳ କାର୍ଯ୍ୟାଳୟରେ ରଖାଯିବ। ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ରାଶନ କାର୍ଡ ବଣ୍ଟନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ