Tuesday, November 11, 2025
22.8 C
Odisha

    ରୂପି ଏବଂ କେଶ ଝଡି଼ବାକୁ ନେଇ ଚିନ୍ତିତ କି? ଥରେ ଲଗାନ୍ତୁ ଏହି ଘରୋଇ ତେଲ, ସବୁ ସମସ୍ୟା ହେବ ଦୂର

    ଆଗକୁ ପଢନ୍ତୁ

    ପୁଅ ହେଉ କି ହେଉ କେଶ ଝଡିବା ସମସ୍ୟାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ । ଆଧୁନିକ ଜୀବନଶୈଳୀ, ପରିବେଶ ପ୍ରଦୂଷଣ, ଖାଦ୍ୟ ପାନୀୟରେ ଅନିୟମିତତା, ରାସାୟନିକ ପଦାର୍ଥର ବ୍ୟବହାର ଆଦି କେଶ ଝଡିବାର ମୁଖ୍ୟ କାରଣ । ଯୁବାବସ୍ଥାରୁ କେଶ ଉପୁଡିଯାଉଥିବାରୁ ଏହାକୁ ନେଇ ଯୁବପୀଢି ବେଶ ଚିନ୍ତିତ ।

    ତେବେ ଏହି ସମସ୍ୟାର ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବର ଉପଯୋଗୀ । କେଶ ଝଡିବା ରୋକିବା ପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଆପଣଙ୍କ ରୋଷେଇ ଘରେ ରହିଛି ଏଭଳି ଏକ ଜିନିଷ ଯାହାକୁ ବ୍ୟବହାର କରି ଆପଣ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଘରେ ତେଲ ପ୍ରସ୍ତୁତ କରନ୍ତୁ :- 

    ଆବଶ୍ୟକୀୟ ସାମଗ୍ରୀ: ନଡ଼ିଆ ତେଲ, ମେଥି ଦାନା, ଭୃଷଙ୍ଗ ପତ୍ର, ଆଲୋଭେରା ଜେଲ୍, ତୁଳସୀ ପତ୍ର, ଅଁଳା ।

    ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଏକ ପ୍ୟାନରେ ୧ କପ୍ ନଡ଼ିଆ ତେଲ ଗରମ କରନ୍ତୁ। ସେଥିରେ ମେଥି ଦାନା, ଭୃଷଙ୍ଗ ପତ୍ର, ଅଁଳା, ତୁଳସୀ ପତ୍ର, ଏବଂ ଆଲୋଭେରା ଜେଲ୍ ପକାନ୍ତୁ। ତେଲର ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ତାପରେ, ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏକ ପାତ୍ରରେ ସଂରକ୍ଷଣ କରନ୍ତୁ।

    କିପରି ଲଗାଇବେ: ଆପଣ ଶୋଇବା ପୂର୍ବରୁ କିମ୍ବା କେଶ ଧୋଇବା ପୂର୍ବରୁ ଏହି ତେଲକୁ ଲଗାଇ ପାରିବେ। ସର୍ବୋତ୍ତମ ଫଳାଫଳ ପାଇଁ, ସପ୍ତାହରେ ଦୁଇଥର ଏହାକୁ ଲଗାଇବାକୁ ଚେଷ୍ଟା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    44 %
    1.9kmh
    0 %
    Tue
    26 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ