Thursday, April 2, 2026
37.1 C
Odisha

    ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲା ASI ଟିମ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗତକାଲି ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଆଜି ASI ଟିମ୍‌ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି।

    ଗତକାଲି ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ଫଳରେ ଏହି ବଜ୍ରପାତ ଯୋଗୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ପତାକା ପୋଡିଯାଇଥିଲା। ସେହିପରି ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

    ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ିଯାଇଛି ଏବଂ ଫାଟିଯାଇଥିବା ବେଳେ ଗର୍ଭଗୃହ ଅନ୍ଧାର ଯାଇଯାଇଥିଲା। ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ