Saturday, April 4, 2026
36.1 C
Odisha

    ଲୋକସଭାରେ ମହାକୁମ୍ଭ ଦଳାଚକଟା ହଙ୍ଗାମା: ବାଚସ୍ପତିଙ୍କ ନିନ୍ଦା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭାରେ ସୋମବାର   ଅଧିବେଶନ ଆରମ୍ଭ ହେବା ପରେ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ସାଂସଦମାନେ ଲଗାତାର ସ୍ଲୋଗାନ ଜାରି ରଖିବା ସହ ବାଚସ୍ପତିଙ୍କ ଆସନ ଆଡ଼କୁ ମାଡ଼ିଚାଲିଥିଲେ। ବିରୋଧୀ ଦଳ ନେତାଙ୍କ ଏଭଳି ଆଚରଣକୁ ବାଚସ୍ପତି ନିନ୍ଦା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ପରେ ମହାକୁମ୍ଭ ପ୍ରସଙ୍ଗ ଉଠାଇବାକୁ ବାଚସ୍ପତି ଓମ୍ ବିର୍ଲା କହିଥିଲେ।ତା’ ସତ୍ତ୍ୱେ ବିରୋଧୀ ନାରାବାଜି ଜାରି ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସାଂସଦମାନଙ୍କୁ ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଥିଲେ। ଜାନୁଆରୀ ୨୯ତାରିଖରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ପ୍ରକାଶ କରିବାକୁ ଦାବି କରି ‘କୁମ୍ଭ ପେ ଜବାବ ଦୋ’ ସ୍ଲୋଗାନ ଗୁଞ୍ଜରିତ ହୋଇଥିଲା। ପ୍ରକୃତ ମୃତ୍ୟୁସଂଖ୍ୟା ସରକାରଙ୍କ ରିପୋର୍ଟଠାରୁ ଯଥେଷ୍ଟ ଅଧିକ ବୋଲି ବିରୋଧୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଗତ ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଦଳାଚକଟା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ