ଗ୍ରୀସ୍ : ଗ୍ରୀସ୍ ରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳୁ ୫.୨ ତୀବ୍ରତାର ଭୂମିକମ୍ପ ସହ ଥରିଲା ରାଜଧାନୀ ଆଥେନ୍ସ । ଏଭିଆର ନେଆ ଷ୍ଟିରା ନିକଟରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଭୂମିକମ୍ପ ଆଥେନ୍ସର ପ୍ରାୟ ୫୦ କିଲୋମିଟର ଉତ୍ତର-ପୂର୍ବରେ, ନେଆ ଷ୍ଟିରା ଅଞ୍ଚଳ ନିକଟରେ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିପାରିନାହିଁ । ଉଦ୍ଧାର କାରୀ ଦଳ ଭୂକମ୍ପ ଅଞ୍ଚଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଗ୍ରୀସ୍ ର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ୟୁବୋଇଆ ର ଦକ୍ଷିଣ-ପଶ୍ଚିମରେ ଥିବା ନିଆ ଷ୍ଟାଇରାର ସମୁଦ୍ର କୂଳ ରିସର୍ଟଠାରୁ ୪ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି ।
ପୂର୍ବରୁ ଗ୍ରୀସର କାସୋସ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ ଅନୂଭତ ହୋଇଥିଲା । ଯାହାର ତୀବ୍ରତା ୬.୧ ରହିଥିଲା । ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂକମ୍ପ ଝଟକା ସ୍ଥାନୀୟ ସମୟାନୁସାରେ ରାତି ୧.୫୧ରେ ହୋଇଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପର କେନ୍ଦ୍ର ଏଲାଉଣ୍ଡା ଠାରୁ ୫୮ କିମି ଉତ୍ତର-ପୂର୍ବ ସମୁଦ୍ରରେ ରହିଥିଲା । ଯାହା ଏଲାଉଣ୍ଡା, କ୍ରିଟ ଦ୍ବୀପ ଉତ୍ତର ତଟରେ ରହିଛି ।