Saturday, June 28, 2025
24.5 C
Odisha

    ଶ୍ରୀମନ୍ଦିରରେ ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ

    ଆଗକୁ ପଢନ୍ତୁ

    ପୁରୀ : ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି । ଆଠଟି ପଞ୍ଜିକା ଗଣନା ପ୍ରକାଶକଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ୫ଟି ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ । ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । ଭୁଲ୍ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ପାଞ୍ଜିକା ରାଧାରମଣ,କୋହିନୁର, ଅରୁଣଦୋୟ, ଜି ଏ ନ ତ୍ରିପାଠୀ ଓ ଭାଗ୍ୟଦୀପ ପାଣ୍ଡୁଲିପି ଦାଖଲ କରିଛନ୍ତି । ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ପୂଜାପଣ୍ଡା ନିଯୋଗ,ଦଇତାପତି ନିଯୋଗ, ବିଭିନ୍ନ ପଞ୍ଜିକାର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    1.6kmh
    100 %
    Fri
    25 °
    Sat
    28 °
    Sun
    31 °
    Mon
    31 °
    Tue
    25 °

    ସମ୍ବନ୍ଧିତ