Monday, March 23, 2026
29.4 C
Odisha

    ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

    ଆଗକୁ ପଢନ୍ତୁ

    ପୁରୀ : ଅଗଷ୍ଟ ମାସରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇ ଶ୍ରୀମନ୍ଦିର ନବକଳେବର କରାଯିବା ନେଇ ଆଇନ ବିଭାଗ ପକ୍ଷରୁ କୁହାଯାଇଛି। ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ। ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାରସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ରୀ ପ୍ରସ୍ତାବ ଦେଇଛି ଆଇନ ବିଭାଗ। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୁଲ୍ ଆକ୍ଟ ୧୯୫୫ ଧାରା ୬(୧) ଜେ ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛି ଆଇନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ତାଲିକା ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ରୀ ଦେଇଛି ଆଇନ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ