ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧୀୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଗରମ ଦିନରେ ଶ୍ୱାସ ରୋଗୀଙ୍କ ସମସ୍ୟା ଅଧିକ ବଢିଯାଏ । ଖରାଦିନେ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ଏବଂ ପିଇବାକୁ ଭଲପାଇ ଥାନ୍ତି । ଏହି କାରଣରୁ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ହୋଇଥାଏ । ଏମିତିରେ ଶ୍ୱାସ ରୋଗୀ ନିଜର ଅଧିକ ଧ୍ୟାନ ଦେବା ଉଚିତ୍ । ଏହି ରୋଗୀଙ୍କୁ କିଛି ସ୍ୱାସ୍ଥ୍ୟ ଉପଯୋଗି ଖାଦ୍ୟ ଖାଇବା ଦରକାର । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏହାର ସମ୍ବନ୍ଧୀୟ କିଛି ଘରୋଇ ଉପଚାର ।
ଲକ୍ଷଣ :
୧) ଅଧିକ ଦିନ ପର୍ୟ୍ୟନ୍ତ ଶୁଖିଲା କାଶ କିମ୍ବା କଫ ସହ କାଶ ହେବା ।
୨) ନିଶ୍ୱାସ ନେବାରେ ଅସୁବିଧା ହେବା ସହ ନିଶ୍ୱାସ ନେବା ସମୟରେ ଶବ୍ଦ ହେବା ।
୩) ଥଣ୍ଡା ସ୍ଥାନରେ ନିଶ୍ୱାସ ନେବାରେ ଅସୁବିଧା । ଟିକେ ଚଲାବୁଲା କରିବା ଦ୍ୱାରା ଧଇଁସଇଁ ଲାଗିବା ।
୪) ବ୍ୟୟାମ କିମ୍ବା କସରତ ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହେବା ।
ଶ୍ୱାସ ଦୂର କରିବ ଏହି ଘରୋଇ ଉପଚାର : ସାଧାରଣତଃ ରୋଷେଇ କାର୍ଯ୍ୟରେ ଅଦାକୁ ବ୍ୟବହାର କରାଯାଇଥାଏ । ଏହି ଅଦା ଦ୍ୱାରା ମଧ୍ୟ ଶ୍ୱାସ ସମସ୍ୟାରୁ ରକ୍ଷା ମିଳିପାରିବ । ଅଦାର ଚା’ ପ୍ରସ୍ତୁତ କରିବା ସହ ଏଥିରେ ଦୁଇ ରସୁଣ ପାଖୁଡାକୁ କାଟି ମିଶାଇ ସକାଳେ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା କିଛି ମାତ୍ରାରେ ଉପଶମ ହେବ ।
ଏଥି ସହ ଜାଣିରଖନ୍ତୁ ଯେ, ଶ୍ୱାସରୁ ରକ୍ଷା ପାଇବା ପାଇଁ ୫ଟି ରସୁଣ ପାଖୁଡାକୁ ୩୦ ମିଲି କ୍ଷୀରରେ ଫୁଟାନ୍ତୁ ଏବଂ ଏହାକୁ ଦୈନିକ ଥରେ ସେବନ କରନ୍ତୁ ।
ଶ୍ୱାସ ପାଇଁ ଘରେ ପ୍ରସ୍ତୁତ କାଢ଼ା ମଧ୍ୟ ବହୁ ଉପକାରୀ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨୫ ମିଲି ପାଣିରେ ୪-୫ଟି ଲବଙ୍ଗ ପକାଇ ୫ ମିନିଟ ଫୁଟାନ୍ତୁ । ଏହାକୁ ଛାଣି ମହୁ ମିଶ୍ରଣ କରି ଦୈନିକ ୩-୪ ଥରସେବନ କରନ୍ତୁ । ଦେଖିବେ ଶ୍ୱାସରୁ ବହୁ ମାତ୍ରାରେ ରକ୍ଷା ମିଳିବ ।
ଆପଣମାନେ ନିଶ୍ଚିତ ଭାବରେ ଜାଣିରଖନ୍ତୁ ଯେ, ସକାଳେ ସନ୍ଧ୍ୟାରେ ଶଙ୍ଖ ବାଦନ କଲେ ଶ୍ୱାସ ସମସ୍ୟା ସହଜରେ ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଏହାଦ୍ୱାରା ହାର୍ଟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୁଏ । ଶଙ୍ଖ ବାଦନ ଦ୍ୱାରା ମୁଖମଣ୍ଡଳର ମାଂସପେଶୀ ସୁଦୃଢ଼ ହୁଏ । ଏହାଦ୍ୱାରା ମୁଖମଣ୍ଡଳ ଉଜ୍ଜ୍ୱଳତା ମଧ୍ୟ ବୃଦ୍ଧି ପାଏ । ଏଥି ସହ ଏହାଦ୍ୱାରା ତଳିପେଟ ସମସ୍ୟା ମଧ୍ୟ ଦୂର ହେବାକୁ ଲାଗିଥାଏ । ନିୟମିତ ଶଙ୍ଖ ବାଦନ କଲେ ମୁତ୍ରାଶୟ ସମସ୍ୟା ବି ହୋଇ ନ ଥାଏ । ଯଦି ଆପଣ ଏହି ଟିପ୍ସକୁ ନିୟମିତ ଫଲୋ କରନ୍ତି, ତେବେ ଦେଖିବେ ବହୁ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହେବାକୁ ଲାଗିବ ।