Wednesday, November 12, 2025
23.6 C
Odisha

    ସଂସଦରେ ୱାକଫ ବିଲକୁ ବିରୋଧ କରିବ ବିଜେଡି: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।
    ୱାକଫ ବିଲ ଆଣିବାକୁ ଏନଡିଏ ସରକାର ଉଦ୍ୟମ କରୁଛନ୍ତି । ହେଲେ ସଂସଦରେ ବିଲକୁ ବିଜେଡି କରିବ ବିରୋଧ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି । ବିଜେଡି ସଂଖ୍ୟଲଘୁ ସେଲ ବୈଠକରେ ଯୋଗଦେଇ ନବୀନ କହିଛନ୍ତି, ଏ ଦେଶ ଆମର, ଏ ମାଟି ଆମର । ଏ ଭାବନା ନେଇ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ହେବ । ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପଡିବ । କାର୍ଯ୍ୟକ୍ରମରେ ବୌଦ୍ଧ, ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    47 %
    2.4kmh
    3 %
    Wed
    22 °
    Thu
    25 °
    Fri
    25 °
    Sat
    25 °
    Sun
    25 °

    ସମ୍ବନ୍ଧିତ