Friday, April 3, 2026
36.1 C
Odisha

    ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା। ଆଇଏମ୍‌ଏଫ୍‌ର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏବେ ଏହି ପାଣ୍ଠିକୁ ମଞ୍ଜୁର କରିବା ପଛର କାରଣ କହିଛି ଆଇଏମ୍‌ଏଫ୍‌। ପାକିସ୍ତାନ ସମସ୍ତ ସର୍ତ୍ତ ଏବଂ ଲକ୍ଷ୍ୟ ପୂରଣ କରିଛି ବୋଲି ଜାଣିବା ପରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ଚଳିତ ମାସରେ ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା  ।  IMF ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ କହିଛନ୍ତି ଯେ IMF ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନକୁ ଦିଆଯାଇଥିବା ଏକ୍ସଟେଣ୍ଡେଡ୍‌ ଫଣ୍ଡ ଫାସିଲିଟି (EFF) ସମୀକ୍ଷା କରିଥିଲା ଏବଂ ଏହା ଆଧାରରେ ବୋର୍ଡ ମେ ୯ ତାରିଖରେ ଏହି ରାଶିକୁ ଅନୁମୋଦନ କରିଥିଲା। ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯାଇପାରିବ ବୋଲି ଭାରତ ଆଶଙ୍କା କରୁଥିବା ସତ୍ତ୍ୱେ IMF କାର୍ଯ୍ୟର୍ନିବାହୀ ବୋର୍ଡ ପାକିସ୍ତାନକୁ ଏହି ସହାୟତାକୁ ଅନୁମୋଦନ କରିଥିଲା।

    ପ୍ରକାଶ ଯେ, ମେ’ ୧୬ ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍ଥିକ ସହାୟତାର ପୁନର୍ବିଚାର କରିବା ପାଇଁ IMF ଉପରେ ଚାପ ପକାଇ କହିଥିଲେ ଯେ ଇସଲାମାବାଦ ଏହାର ଏକ ବଡ଼ ଅଂଶ ଆତଙ୍କବାଦ ଭିତ୍ତିଭୂମିକୁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହାର କରିପାରେ। ଖବରଦାତାମାନଙ୍କ ସହ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ କୋଜାକ କହିଛନ୍ତି ଯେ IMF କାର୍ଯ୍ୟର୍ନିବାହୀ ବୋର୍ଡ ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନର EFF କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲା ଏବଂ ସେହି ସମୟରେ ପ୍ରଥମ ସମୀକ୍ଷା ୨୦୨୫ର ପ୍ରଥମ ତ୍ରୈମାସିକ ପାଇଁ ସ୍ଥିର କରାଯାଇଥିଲା।ସେ କହିଛନ୍ତି ଯେ ସମୀକ୍ଷା ଶେଷ ହେବା ପରେ ନିକଟରେ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ସର୍ତ୍ତାବଳୀରୁ କୌଣସି ଖିଲାପ କଲେ ପାକିସ୍ତାନକୁ ନେଇ ଭବିଷ୍ୟତର ସମୀକ୍ଷା ପ୍ରଭାବିତ ହେବ। କାରଣ ଆମର କାର୍ଯ୍ୟର୍ନିବାହୀ ବୋର୍ଡ ସମୟ ସମୟରେ ଋଣ କାର୍ଯ୍ୟକ୍ରମର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ସମୀକ୍ଷା କରେ। ପାକିସ୍ତାନ କ୍ଷେତ୍ରରେ, ଆମର ବୋର୍ଡ ଜାଣିପାରିଥିଲା ଯେ ପାକିସ୍ତାନ ପ୍ରକୃତରେ ସମସ୍ତ ଲକ୍ଷ୍ୟ ହାସଲ କରିଛି, ବୋଲି ସେ କହିଛନ୍ତି। ସେ କିଛି ସଂସ୍କାର ଉପରେ ଅଗ୍ରଗତି କରିଛନ୍ତି। ଏହି କାରଣରୁ, ବୋର୍ଡ ଆଗକୁ ବଢ଼ି କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି।

    ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ବିଲିୟନ ଡଲାରର ଋଣ ମଞ୍ଜୁର କରିଥିଲା। କିନ୍ତୁ ପରେ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ଲାଗୁ କରିଥିଲା। ଚୁକ୍ତିନାମା ଅନୁଯାୟୀ ୨୦୨୬ ଆର୍ଥିକ ବର୍ଷ ବଜେଟ ପାଇଁ ସଂସଦୀୟ ଅନୁମୋଦନ ପାଇ ୨୦୨୫ ଜୁନ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ଆଇଏମ୍‌ଏଫ୍‌ ସର୍ତ୍ତ ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ