Tuesday, September 23, 2025
23.7 C
Odisha

    ସପୁରୀର ଚମତ୍କାରୀ ଔଷଧୀୟ ଗୁଣ

    ଆଗକୁ ପଢନ୍ତୁ

    ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ । ସପୁରୀ କେବଳ ପାଟିକୁ ଏତେ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଆମ ଶରୀରକୁ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱ ମଧ୍ୟ ଯୋଗାଇଥାଏ । ସପୁରୀରେ ଅନେକ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ସୁସ୍ଥ ଶରୀର ଗଠନ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସପୁରୀରେ ଭିଟାମିନ୍ ସି, ଭିଟାମିନ୍ ବି୬, ମାଙ୍ଗାନିଜ୍, ପୋଟାସିୟମ୍, ଫୋଲେଟ୍ ଏବଂ ଫାଇବର ସମେତ ଅନେକ ପୋଷକ ତତ୍ତ୍ୱ ରହିଛି । ଏହି କାରଣରୁ ସପୁରୀକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ବୋଲି ବିବେଚନା କରାଯାଏ ।

    ଯଦି ଆପଣ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ସପୁରୀ ଖାଆନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ । ସପୁରୀ ଆପଣଙ୍କ ହାର୍ଟକୁ ସୁସ୍ଥ ଏବଂ ସୁଦୃଢ଼ ​​କରିବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଯଦି ଆପଣ ଗମ୍ଭୀର ଏବଂ ଜୀବନଘାତକ ହୃଦରୋଗର ଆଶଙ୍କା କମାଇବାକୁ ଚାହୁଁଛନ୍ତି, ତେବେ ଆପଣ ପୁଷ୍ଟିକର ତଥା ରସଯୁକ୍ତ ସପୁରୀ ଖାଇବା ଆରମ୍ଭ କରିବା ଉଚିତ । ଏହି ଫଳକୁ ଖାଇବା ଦ୍ୱାରା ଆମ ହାଡ଼ ମଜବୁତ ରହିଥାଏ ।

    ସପୁରୀ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି କରିବାରେ ସହାୟକ କରିଥାଏ । ତେଣୁ ଆପଣ ନିଜ ଡାଏଟ ଲିଷ୍ଟରେ ସପୁରୀ ସାମିଲ କରିପାରିବେ । ଯାହା ଆପଣ ଖାଇବା ଦ୍ବାରା ଆପଣଙ୍କ ନିଜ ୱେଟ୍ ଲସ୍ ଜର୍ଣ୍ଣିକୁ ସହଜ କରିଦେଇଥାଏ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ହେବା ସହିତ ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ଭରପୁର ଭାବେ ରହିଥାଏ । ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ ।

    ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ସପୁରୀ ଖାଇବା ଦ୍ୱାରା ଆପଣଙ୍କ ଆଖିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ । ଏହି କାରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବା ପାଇଁ ସପୁରୀ ଖାଇବାକୁ ପରାମର୍ଶ ଦିଆଯାଏ । ଯଦି ଆପଣ ଦୁର୍ବଳ ଅନୁଭବ କରୁଥିଲେ ଆପଣ ସପୁରୀ ଖାଇ ପାରିବେ ନିଶ୍ଚୟ ।

    ଏହା କେବଳ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତା’ ନୁହେଁ ଅନେକ ସ୍ୱାସ୍ଥ୍ୟଲାଭ ସହିତ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି । ଯଦି ଆପଣ ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ନ୍ତି, ତେବେ ସପୁରୀ ଖାଆନ୍ତୁ କିମ୍ବା ଏହାର ରସ ପିଅନ୍ତୁ । ବ୍ରଣ ବ୍ୟତୀତ ମୁହଁରେ ହୋଇଥିବା ଦାଗକୁ ମଧ୍ୟ ହ୍ରାସ କରିଥାଏ । ସପୁରୀ ରସରେ ଥିବା ପୋଷକ ତତ୍ତ୍ୱ ତ୍ୱଚାରୁ ଡେଡ୍ ସ୍କିନ୍ ସେଲସଗୁଡ଼ିକୁ କମ୍ କରିଥାଏ, ଯାହାଦ୍ବାରା ଆପଣଙ୍କ ସ୍କିନକୁ ଏକ ନ୍ୟାଚୁରାଲ୍ ଗ୍ଲୋ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.7 ° C
    23.7 °
    23.7 °
    94 %
    1.5kmh
    35 %
    Tue
    24 °
    Wed
    25 °
    Thu
    28 °
    Fri
    29 °
    Sat
    26 °

    ସମ୍ବନ୍ଧିତ