Friday, April 3, 2026
39.1 C
Odisha

    ସବୁବେଳେ ଆଙ୍ଗୁଠି ଫୁଟାଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଆଙ୍ଗୁଠି ଫୁଟାଇବା ଏକ ସାଧାରଣ କାମ ଭଳି ଲାଗେ। ଘଣ୍ଟା ଘଣ୍ଟା କାମ କରିବା ମଧ୍ୟରେ କୌଣସି ବି ମଣିଷ ନିଜର ଆଙ୍ଗୁଠି ଥରେ ଦୁଇଥର ନିହାତି ଫୁଟାଇଥାଏ। ଏହା ମଧ୍ୟ ମନର ଉଦାସ ଏବଂ ନର୍ଭସକୁ ଦୂର କରିବାର ଗୋଟିଏ ଉପାୟ ଭଳି ଲାଗେ। ଏହା ସହିତ ଏହା କେତେ ଲୋକଙ୍କୁ ଗୋଟେ ଟାଇମପାସ ଭଳି ଲାଗେ। ତେଣୁ  ଆସନ୍ତୁ ଜାଣିବା ଯେ ଆଙ୍ଗୁଠି ଫୁଟାଇବା ଦ୍ୱାରା କଣ କଣ ହୋଇଥାଏ।ଆପଣ କଣ କେବେ ଭାବିଛନ୍ତି ଯେ ଏହି ଆଙ୍ଗୁଠି ଫୁଟାଇବା ଆମ ଦେହ ପ୍ରତି ଭଲ ନାଁ ଖରାପ।  ତେବେ ଆପଣ ଏହି କଥାକୁ ଦୁଇ ମିନିଟ ଗମ୍ଭୀର ଭାବେ ବସି ଭାବିବେ ତେବେ ଜାଣିପାରିବେ ଯେ ହାଡ଼ ଫୁଟିବାର ଶବ୍ଦ କାହିଁକି ଆସିଥାଏ। ଜଏଣ୍ଟ କ୍ରାନିଂ ଅସ୍ଥାୟୀ ରୂପରେ ଗଣ୍ଠି ମାନଙ୍କରେ ନାଇଟ୍ରଜେନ ଗ୍ୟାସ ଟାଣୁଥିବା ଗୋଟେ ନକାରାତ୍ମକ ସ୍ୱରୂପ ହୋଇଥାଏ। ତେଣୁ ଆଙ୍ଗୁଠି ଫୁଟାଇଲେ ଶବ୍ଦ ବାହାରିଥାଏ।ଏହା ଖରାପ ପ୍ରଭାବ ଦେଇନଥାଏ। ଏହିଭଳି ଶବ୍ଦ ସେତେବେଳେ ଆସିଥାଏ ଯେତେବେଳେ ଶିରା ପରିଶ୍ରାରେ ଉତକ ଉପରେ ପଶି ଯାଇଥାଏ ଏବଂ ଏମାନେ ନିଜ ନିଜ ଭିତରେ ସାମଞ୍ଜସ୍ୟ ପକାଇବାରେ ଚେଷ୍ଟା କରିଥାନ୍ତି। ବୟସ ବଢ଼ିବା ସହିତ ମାଂସପେଶୀ ଓ କାର୍ଯ୍ୟ ପ୍ରଣାଳୀରେ ଅଦଳ ବଦଳ ଦେଖା ଦେଇଥାଏ। ଯାହା ଦ୍ୱାରା ଆଙ୍ଗୁଠି ଫୁଟିବାର ଶବ୍ଦ ବାହାରିଥାଏ। ଆଉ ଯଦି ଆଙ୍ଗୁଠି ଫୁଟିବା ସମୟରେ କାଟୁଛି ତ ଆପଣଙ୍କ ଅସାମାନ୍ୟତା କି ନରମ ହାଡ଼ କମଜୋର ହେବା ଗଣ୍ଠିରେ ଖଣ୍ଡିଆ ହେବା କିମ୍ବା ଗୋଇଁଠି କଷ୍ଟ ହେବା ଭଳି ସମସ୍ୟା ଦେଖା ଦେଇଥାଏ।ତେବେ ଆସନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବାର କଣ ସବୁ ଅସୁବିଧା ହୋଇପାରେ। ତେବେ ବ୍ୟାପାକ ସ୍ତରରେ ଦେଖିବାକୁ ଗଲେ ଆଙ୍ଗୁଠି ଫୁଟାଇଲେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ କିନ୍ତୁ ବହୁତ କମ ଜାଗାରେ ଦେଖାଯାଏ ଯେ ସବୁବେଳେ ବା ଲଗାତାର ଭାବରେ ଆଙ୍ଗୁଠି ଫୁଟାଇଲେ ଆଙ୍ଗୁଠିର ହାଡ଼ର ଗଣ୍ଠି ବା ଜଏଣ୍ଟ ଖସି ପାରେ। ତେଣୁ ଯଦି ଆପଣଙ୍କର ବି ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ଅଛି ତେବେ ଜାଣି ରଖନ୍ତୁ ଯେ ଅଧିକ ପ୍ରେସର ଦେଇ ଫୁଟାନ୍ତୁ ନାହିଁ କିମ୍ବା ବାରମ୍ବାର ଲଗାତର ଭାବେ ଫୁଟାନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ