Sunday, April 12, 2026
36.4 C
Odisha

    ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୁଲିସର ଏନକାଉଣ୍ଟର : ୨ ଗୁରୁତର, ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ପୁଲିସ ଓ ବେଆଇନ ଗୋଚାଳାଣକାରୀଙ୍କ ମଧ୍ୟରେ ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୁଳିବିନିମୟ ହୋଇଛି। ପୁଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଛି। ଗୁରୁତର ୨ ଅପରାଧୀଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୋରୁ ବୋଝେଇ ଟ୍ରକକୁ ଏକ କାରରେ ଏସକଟ୍‌‌ କରି ନେଉଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା। ଗୋରୁ ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଅପରାଧୀଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଫାଇରିଂ କରାଯାଇଥିଲା।

    ଏହାର ଜବାବରେ ପୁଲିସ ୫ ରାଉଣ୍ଡ ଫାୟାରିଂ କରଥିଲା। ଫଳରେ ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳିବାଜିଥିିଲା ଏବଂ ସେମାନେ ଗୁରୁତର ଆହତ ହୋଇଥିଲେ। ଅପରାଧୀଙ୍କଠାରୁ ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ ହୋଇଛି। ୨ ଅପରାଧୀ ପଶ୍ଚିମବଙ୍ଗ ହାୱଡ଼ାର ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ