Tuesday, April 1, 2025
24.7 C
Odisha

    ସରକାରୀ ଅଫିସକୁ ସାମ୍ବାଦିକଙ୍କୁ ମନା

    ଆଗକୁ ପଢନ୍ତୁ

    ସରକାରୀ କାର୍ଯ୍ୟାଳୟରେ ସାମ୍ୱାଦିକଙ୍କ ପ୍ରବେଶ ମନା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏଭଳି ପୋଷ୍ଟର ମରାଯାଇଛି। ଯାହାକୁ ନେଇ ସାମ୍ୱାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ଲକ କାର୍ଯ୍ୟାଳୟରେ ଏହି ପୋଷ୍ଟର କିଏ ଲଗାଇଲା? ଗଣମାଧ୍ୟମର କଣ୍ଠରୋଧ କରିବାକୁ କିଏ ଚାହୁଁଛି? ସାମ୍ୱାଦିକଙ୍କୁ କିଏ କାହିଁକି ଭୟ କରୁଛି? ସାମ୍ବାଦିକଙ୍କ ଜରିଆରେ ସତ ସାମ୍ନାକୁ ଆସିଥାଏ । ଦୁର୍ନୀତି ଭ୍ରଷ୍ଟାଚାର ସରକାରୀ ଅଧିକାରୀ, କର୍ମଚାରୀଙ୍କ ଅସଲମୁଖା ଲୋକଲୋଚନକୁ ଆଣିଥାଏ ଗଣମାଧ୍ୟମ। ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଦୁର୍ନୀତି ହେଉଛି ତେଣୁ ସାମ୍ବାଦିକଙ୍କୁ ବାରଣ କରାଯାଇଛି ବୋଲି ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି । ସାନଖେମୁଣ୍ଡି ପ୍ରେସକ୍ଲବ ଘଟଣାକୁ ଦୃଢ ନିନ୍ଦା କରିବା ସହ ପୋଷ୍ଟର ହଟାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ଉଦେଶ୍ୟରେ ଦାବୀ ପତ୍ର ଦେଇଛି ସଂଘ । ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆମରଣ ଅନଶନ କରିବାକୁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    61 %
    2.2kmh
    19 %
    Mon
    25 °
    Tue
    40 °
    Wed
    40 °
    Thu
    40 °
    Fri
    38 °

    ସମ୍ବନ୍ଧିତ