Sunday, February 23, 2025
32.3 C
Odisha

    ସରକାରୀ ଶିକ୍ଷାନୁଷ୍ଠାନରେ ଦିଆଯିବ ନିଯୁକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଅଧିନରେ ଏହି ପଦ ପୂରଣ ହେବ । ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି), ସାରଙ୍ଗରେ ନିର୍ଦ୍ଦେଶକ ପଦ ପୂରଣ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଶର୍ଟ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯିବ ।

    ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଗୋଟିଏ ପଦ ଖାଲି ରହିଛି । ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଡାଇରେକ୍ଟର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସ ୨୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୫୪ ବର୍ଷ ହୋଇଥିବା ଆବଶ୍ୟକ । ୫ ବର୍ଷ ପାଇଁ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଜୁଲାଇ ୨୬ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୨୭ରେ ସମାପ୍ତ ହେବ ।ପ୍ରାର୍ଥୀ ପିଏଚ.ଡି କରିଥିବେ ଓ ପ୍ରାସଙ୍ଗିକ ବ୍ରାଞ୍ଚରେ ପ୍ରଥମ ଶ୍ରେଣୀରେ ବ୍ୟାଚେଲର (ବିଇ/ବି.ଟେକ) କିମ୍ବା ମାଷ୍ଟର ଲେବଲ (ଏମ.ଟେକ/ଏମଇ) ପାସ୍ କରିଥିବେ । ପ୍ରାର୍ଥୀ ସୁପରଭାଇଜର / କୋ-ସୁପରଭାଇଜର ଭାବେ ଅତିକମରେ ଦୁଇଟିରେ ପିଏଚ.ଡି ଗାଇଡ୍ ଭାବେ ସଫଳତାର ସହ କାର୍ଯ୍ୟ କରିଥିବେ । ଏଥିସହିତ ଏସସିଆଇ ଜର୍ଣ୍ଣାଲ / ୟୁଜିସି / ଏଆଇସିଟିଆଇ ସ୍ୱୀକୃତିପ୍ରାପ୍ତ ଲିଷ୍ଟ ଜର୍ଣ୍ଣାଲରେ ଅତିକମରେ ୮ଟି ରସର୍ଚ୍ଚ ପ୍ରକାଶିତ ହୋଇଥିବ । ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    2.4kmh
    0 %
    Sun
    31 °
    Mon
    34 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ