Sunday, September 29, 2024
23.7 C
Odisha

    ସରପଞ୍ଚଙ୍କ ଗୁଳିରେ ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ମନମୁଣ୍ଡା : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କସୁରବନ୍ଧରେ ଶନିବାର ସରପଞ୍ଚଙ୍କ ଗୁଳିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ବ୍ୟକ୍ତି ଜଣକ କସୁରବନ୍ଧ ଗ୍ରାମର ରାଜେନ୍ଦ୍ର କର୍ଣ୍ଣ (୨୮) । ସେ ବନ୍ଧରୁ ଶୌଚ ସାରି ଘରକୁ ଫେରୁଥିଲା । ଏହି ସମୟରେ କସୁରବନ୍ଧ ପଞ୍ଚାୟତ ସରପଞ୍ଚ ସରୋଜ କର୍ଣ୍ଣ, ତାଙ୍କ ଭାଇ ନୀଲୁ କର୍ଣ୍ଣ ଏବଂ ବାପା ନବଘନ କର୍ଣ୍ଣ କସୁରବନ୍ଧସ୍ଥିତ ସେମାନଙ୍କ ଘର ସାମ୍ନାରେ ରାଜେନ୍ଦ୍ରଙ୍କୁ ଅଟକାଇଥିଲେ । ପୂର୍ବଶତ୍ରୁତାକୁ ନେଇ ସେମାନେ ରାଜେନ୍ଦ୍ରଙ୍କୁ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ । ଏହାପରେ ସରପଞ୍ଚ ସରୋଜ ଏକ ପିସ୍ତଲରେ ରାଜେନ୍ଦ୍ରଙ୍କୁ ଗୁଳି ମାରିଥିଲେ । ରାଜେନ୍ଦ୍ରଙ୍କ ଉଭୟ ଗୋଡରେ ଗୁଳି ବାଜିଛି । ତେବେ ଗଣ୍ଡଗୋଳ ଶବ୍ଦ ଶୁଣି ଲୋକେ ଆସିବାରୁ ସରପଞ୍ଚ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରିଥିଲେ । ପରିବାର ଲୋକେ ଆହତ ରାଜେନ୍ଦ୍ରଙ୍କୁ ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପ୍ରାଥମିକ ଚିକିତ୍ସା କରି ସୋନପୁର ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏ ନେଇ ରାଜେନ୍ଦ୍ରଙ୍କ ସମ୍ପର୍କୀୟ କାକା ମାନଭଞ୍ଜନ କର୍ଣ୍ଣ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣା ସମୟରେ ସରପଞ୍ଚ ନ ଥିଲେ । ଅଭିଯୋଗ ମିଛ ତଥା କପୋଳକଳ୍ପିତ । ରାଜନୈତିକ ଅଭିସନ୍ଧିମୂଳକ ବୋଲି ସରପଞ୍ଚଙ୍କ ପତ୍ନୀ କଲ୍ୟାଣୀ ପ୍ରଧାନ କହିଛନ୍ତି । ରାଜେନ୍ଦ୍ର ଅନ୍ୟ ୫ ଜଣ ବ୍ୟକ୍ତିଙ୍କ ସହ ରାତିରେ ସରପଞ୍ଚଙ୍କ ଘର ସାମ୍ନାକୁ ଯାଇ ଗାଳିଗୁଲଜ ସହ ଧମକ ଦେଇଥିଲେ । ସରପଞ୍ଚ ସରୋଜ ଘରେ ନ ଥିଲେ । କଲ୍ୟାଣୀ ଆସି ମନା କରିବାରୁ ତାଙ୍କୁ ରାଜେନ୍ଦ୍ର ଗାଳିଗୁଲଜ ସହ ଧମକ ଦେଇଥିଲେ ବୋଲି ପାଲଟା ଅଭିଯୋଗ ହୋଇଛି । ଆଇଆଇସି ରାମ କୁମାର ମୁର୍ମୁ, ଡିଏସପି ସଂଯୁକ୍ତା ବାର୍ଲା ଏବଂ ସାଇନ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ପଡ଼ିଥିବା ରକ୍ତ ନମୁନା ସଂଗ୍ରହ କରିବା ସହ ପଚରାଉଚରା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    91 %
    1.1kmh
    87 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ