Thursday, April 9, 2026
35.5 C
Odisha

    ସାମ୍ନାକୁ ଆସିଲା ଅଲ୍ଲୁ ଅର୍ଜୁନଙ୍କ ଇଣ୍ଟ୍ରେଷ୍ଟିଂ ଲୁକ୍ ଫିଲ୍ମ ‘ରାକା’

    ଆଗକୁ ପଢନ୍ତୁ

    ମୁମ୍ବାଇ  : ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି ।

    ଆଟଲିଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋଣଙ୍କ ସହ ଅଲ୍ଲୁ ଅର୍ଜୁନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ପ୍ରୋଜେକ୍ଟଟି AA22xA6  ନାଁରେ ଥିଲା । ଯାହାକୁ ଏବେ ‘ରାକା’ ଟାଇଟଲ ମିଳିଯାଇଛି ।  ଏଥିସହ ସନ୍ ପିକ୍ଚର୍ସର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜରେ ପୋଷ୍ଟରଟି ସେୟାର କରି ନିର୍ମାତା ଲେଖିଛନ୍ତି ଯେ, “AA22xA6 ଏବେ RAAKA । ନିଜକୁ ଏପରି ଏକ ଦୁନିଆଁ ପାଇଁ ପ୍ରସ୍ତୁତ କରୁଛି ଯାହା ସବୁ ସୀମା ଉପରେ ରହିଛି ।’’ ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୨୫୨,୦୦୦ ରୁ ଅଧିକ ଲାଇକ୍ ଏବଂ ୮,୦୦୦ ରୁ ଅଧିକ କମେଣ୍ଟସ୍ ମିଳିଥିଲା ।

    ରିଲିଜ ହୋଇଥିବା ଏହି ପୋଷ୍ଟରରେ ଅଲ୍ଲୁ ଅର୍ଜନଙ୍କ କ୍ଲୋଜ୍ ଅପ୍ ଲୁକ୍ ଦେଖିବାକୁ ମିଳିଛି । ଯେଉଁଥିରେ ଅଲ୍ଲୁ ଆଜୁନଙ୍କ କେଶ ଅଧା ଅଧା ହୋଇଥିବାବେଳେ ବଡ଼ ବଡ଼ ନଖ ସହିତ ସେ ଗୋଟିଏ ପଶୁ ଗେଟଅପରେ ନଜର ଆସିଛନ୍ତି । ବିଶେଷ କରି ଅଭିନେତାଙ୍କ ଲୁକ୍ ତାଙ୍କ ଚରିତ୍ରକୁ ଆହୁରି ରହସ୍ୟମୟ କରୁଛି ।  ପୁଷ୍ପା ଫିଲ୍ମ ପରେ ତାଙ୍କର ଏହି ଫିଲ୍ମ ଚହଳ ସୃଷ୍ଟି କରୁଛି । ହେଲେ ଫିଲ୍ମ ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଜଣାପଡିନାହିଁ । ୨୦୨୭ ମସିହାରେ ଏହି ଫିଲ୍ମ ସିନେମା ହଲରେ ଆସିପାରେ ବୋଲି ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.5 ° C
    35.5 °
    35.5 °
    23 %
    1.7kmh
    87 %
    Thu
    38 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ