Wednesday, April 8, 2026
34.5 C
Odisha

    ସୀମାନ୍ତରେ ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

    ଆଗକୁ ପଢନ୍ତୁ

    ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସେ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କର ବହୁ ଖୋଜ ଖବର ନେଇଥିଲେ ମଧ୍ୟ ପାଇପାରି ନଥିଲେ। ଏପରିକି ତାଂକର ଫୋନ ମଧ୍ୟ ବନ୍ଦ ରହିଥିଲା। ତେବେ ପରିବାର ଲୋକେ ତୁରନ୍ତ ଏନେଇ ଥାନାରେ ଏତଲା ଦାୟର କରିଥିଲେ। ତାଂକ ଭାଇ ସୁକେଶ କିନ୍ତୁ ଯଦି ତାଂକ ଭାଇ ଅପହରଣ ହୋଇଥିବେ ତାଂକୁ ହୁଏତ ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରାଇଥାଇପାରନ୍ତି ବୋଲି ପୁଲିସ ନିକଟରେ କହିଥିଲେ। ପୁଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ ଯେ ବିଜାପୁର ଅଂଚଳରେ କୋଟିକୋଟି ଟଂକାର ରାସ୍ତା କାମ ଚାଲିଛି। ମୁକେଶ ସେହି ରାସ୍ତା କାମଗୁଡିକ ଅତି ନିମ୍ନମାନର ବୋଲି ନିଜର ୟୁଟ୍ୟୁବ ଏବଂ ନିଜର ଚ୍ୟାନଲରେ ଖବର ପ୍ରକାଶ କରିଥିଲେ। ଯଦ୍ବାରା ଠିକାଦାରଙ୍କର ବହୁତ କ୍ଷତି ହୋଇଥିଲା। ତେଣୁ ହୁଏତ ଠିକାଦାରମାନେ ହିଁ ଆକ୍ରୋଶ ରଖି ମୁକେଶକୁ ଅପହରଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

    ତେବେ ଆଜି ଜଣେ ସୁରେଶ ଚନ୍ଦ୍ରାକର ନାମକ ଠିକାଦାର ଘରେ ପୁଲିସ ଚଢାଇ କରି ତଦନ୍ତ କରୁଥିବା ବେଳେ ତାଂକ ସେପ୍ଟିକ ଲ୍ୟାଟିନରୁ ମୁକେଶଙ୍କର ଶବ ମିଳିଥିଲା। ପୁଲିସ ଏନେଇ ଅଧିକ ତଦନ୍ତ କରୁଛି। ତେବେ ମୁକେଶଙ୍କ ଶବ ମିଳିବା ପରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ନିର୍ଭିକ ସାହସୀ ସାମ୍ବାଦିକଙ୍କର ଅକାଳରେ ମୃତ୍ୟୁକୁ ନେଇ ସାମ୍ବାଦିକ ମହଲରେ ଅସଂତୋଷ ଦେଖାଦେଇଛି। ସାମ୍ବାଦିକଙ୍କୁ ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ