ଭୁବନେଶ୍ୱର : ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ଲକ୍ଷ ୯୯ହଜାର ୩୫୨ଜଣ ହିତାଧିକାରୀ । ଏନେଇ ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨ୟ କିସ୍ତିରୁ ୧ଲକ୍ଷ ୮୩ହଜାର ୭୮୫ଜଣ ବାଦ ପଡିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧କୋଟି ୮୦ହଜାର ୯୨ଜଣ ପାଇଛନ୍ତି । ୨ୟ କିସ୍ତିରେ ୧କୋଟି ୯୬ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି ୯୬ଲକ୍ଷ ୯୬ହଜାର ୯୫୫ଜଣ । ମୋଟ୍ ୧କୋଟି ୯ଲକ୍ଷ ୮୭ହଜାର ୮୯୪ଜଣ ଆବେଦନ କରିଥିଲେ ।
ସେପଟେ ଭୁବନେଶ୍ୱରରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ଆଗାମି ଦିନରେ ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ଖୋଲିବ । ଏନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ତ୍ରୀ କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକୁ ବଜାରୀକରଣ ହେବ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୩୬ହଜାର ଲକ୍ଷପତି ଦିନି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ ରାଉରକେଲାରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।