Friday, October 18, 2024
25 C
Odisha

    ସ୍ମାର୍ଟସିଟିର ପିଛା ଛାଡୁନି ନାବାଳିକା ଦୁଷ୍କର୍ମ : ଦୁଇବର୍ଷ ହେଲା ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା ସମ୍ପର୍କୀୟ ଅଙ୍କଲ!

    ଆଗକୁ ପଢନ୍ତୁ

    ରାଉରକେଲ।: ପୁଣି ସ୍ମାର୍ଟସିଟି ରାଉରକେଲାରେ ଲଜ୍ଜା । ଦୁଇବର୍ଷ ହେଲା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା ତାର ସମ୍ପର୍କୀୟ ଅଙ୍କଲ । ଶନିବାର ଦୁଷ୍କର୍ମ ମାମଲା ରୁଜୁପରେ ଗିରଫ ଭୟରେ ନୂଆଦିଲ୍ଲୀ ଫେରାର ହୋଇଯାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଶରଣ ପଶିଛନ୍ତି ଅଭିଯୁକ୍ତ ଦୁଷ୍କର୍ମକାରୀ । ଦୁଷ୍କର୍ମକାରୀ ଜଣକ ହେଲେ ରାଜନ ଶ୍ରୀବାସ୍ତବ (୪୯) । ସେ ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତି ଅଟନ୍ତି । ତାଙ୍କର ସିଭିଲ ଟାଉନସିପ୍ ଅଞ୍ଚଳରେ ଗୋଲ୍ଡ କ୍ୟାସ୍ ନାମକ କାର୍ଯ୍ୟାଳୟ ରହିଛି । ଭୁବନେଶ୍ୱରରେ ମଧ୍ୟ ଏକ ଶାଖା କାର୍ଯ୍ୟାଳୟ ରହିଛି । ରଘୁନାଥପାଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପାନପୋଷ ଅଞ୍ଚଳରେ ରହୁଥିବା ଏହି ନାବାଳିକା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ । ସେ ଆଜି ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜନ ତାର ସମ୍ପର୍କୀୟ ଅଙ୍କଲ ହୋଇଥିବାବେଳେ ବିଭିନ୍ନ ପ୍ରଲୋଭନ ଏବଂ ଭୟ ଦେଖାଇ ତା ସହ କ୍ରମାଗତ ଭାବେ ଦୀର୍ଘ ୨ ବର୍ଷ ଧରି ଦୁଷ୍କର୍ମ କରି ଆସୁଛନ୍ତି । ଏ ସମ୍ପର୍କରେ ପରିବାର କିମ୍ୱା ପୁଲିସ ନିକଟରେ ପ୍ରକାଶ କଲେ ଜୀବନରୁ ମାରି ଦେବାଭଳି ଧମକଚମକ ମଧ୍ୟ ଦେଉଥିଲା । ଘଟଣା ଅତିଶୟ ହେବାରୁ ସେ ଏ ନେଇ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ତେବେ ଗତ ୪ ଦିନ ପୂର୍ବେ ଏକ ନାବାଳିକା ଅପହରଣ ମାମଲାର ପୀଡ଼ିତା ନାବାଳିକା ହିଁ ଏପରି ଅଭିଯୋଗ ଆଣିଥିବା ସୂଚନା ମିଳିଛି । ସେପଟେ ଏତାଲା ରୁଜୁ ପରେ ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ ନୂଆଦିଲ୍ଲୀ ଫେରାର ହୋଇଯାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଶରଣ ପଶିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
    ସୂଚନା ମୁତାବକ ସିଭିଲ ଟାଉନସିପ ଅଞ୍ଚଳର ୟୁ/୧୧ କ୍ୱାର୍ଟରରେ ରାଜନ୍ ଶ୍ରୀବାସ୍ତବଙ୍କର ଗୋଲ୍ଡକ୍ୟାସ୍ ନାମକ ଏକ କାର୍ଯ୍ୟାଳୟ ରହିଛି । ଏହାସହ ସେ ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତି ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ ଯେ ରାଜନ ଶ୍ରୀବାସ୍ତବ ଜଣେ ପେଶାଦାର ଅପରାଧୀ । କମ୍ପ୍ୟୁଟର, ଲାପଟପ୍ ଚୋରି ମାମଲାରେ ପୂର୍ବରୁ ରଘୁନାଥପାଲୀ ଥାନା ଏବଂ ପ୍ଲାଣ୍ଟସାଇଟ୍ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏତଦ୍‌ବ୍ୟତୀତ ସେ ଜିଏସ୍‌ଟି କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଇନ୍ସପେକ୍ଟର ରାଜେନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରୁ ସେ କହିଲେ ଏନେଇ ଏକ ଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ ହେବାସହ ନାବାଳିକାର ଡାକ୍ତରୀମାଇନା ହୋଇଛି । ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ ପାଇଁ ତଦନ୍ତ ଅବ୍ୟାହତ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ