କାମାକ୍ଷାନଗର: ହେଇ ଧର ତୁମ ଶଙ୍ଖା, ପୋଛିଲି ତୁମ ସିନ୍ଦୁର, କହିଲେ କଣ ନା ସ୍ୱାମୀ ଦେବତା, ଫୁଟ ବେ……. ଦର୍ଶକବନ୍ଧୁ ନିକଟରେ ଯାତ୍ରାର ଏହି ଡାଇଲଗ ଖୁବ ଭାଇରଲ ହୋଇ ଲୋକପ୍ରିୟତା ସାଉଁଟିଥିଲା । ଆପଣମାନେ ଦେଖୁଥିବେ ନିଶ୍ଚୟ ଦିନକୁ ଦିନ ସ୍ୱାମୀ ନିର୍ଯାତନା ବଢ଼ିବାରେ ଲାଗିଛି ଆଉ ଏହାକୁ କେନ୍ଦ୍ର କରି ଯାତ୍ରା ଡାଇଲଗ ଟି ଖୁବ କୌତୁହଳ ଶୁଭାଯାଉଛି । ଆଉ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ ଜାଣିଛନ୍ତି । ଯାତ୍ରାର ଏହି ଚାରିପଦ ଡାଇଲଗ ବର୍ତ୍ତମାନ ପ୍ରକୃତ ଜୀବନରେ ସତ ହୋଇଛି । ଏହାର ବାସ୍ତବ ଚିତ୍ରକୁ ଟିକେ ଭଲସେ ଦେଖନ୍ତୁ ଦର୍ଶକବନ୍ଧୁ, ପତ୍ନୀ ଜଣକ ହାତରୁ ଶଙ୍ଖା କାଢି ସ୍ୱାମୀ ହାତରେ ଧରେଇଦେଇଛି ଆଉ ସିନ୍ଦୁର ଗାଁ ଲୋକଙ୍କ ଆଗରେ ପୋଛି ପ୍ରେମିକକୁ ନିଜର କରିଛି ।
ହୋମ ନିଆଁକୁ ସାକ୍ଷୀ ରଖି ଯେଉଁ ସ୍ତ୍ରୀ ସ୍ୱାମୀ ସହ ସାତ ଜନ୍ମ କାଟିବାର ପ୍ରତିଜ୍ଞା କରିଥିଲା ଆଜି ତାର ତୁଚ୍ଛ ପ୍ରେମ ପାଇଁ ସବୁ କିଛି ଭୁଲିଗଲା । ସ୍ୱାମୀର ସିନ୍ଦୁର ପୋଛି ଗାଁ ଦାଣ୍ଡରେ ପ୍ରେମିକର ସିନ୍ଦୁର ପିନ୍ଧିଲା ସ୍ତ୍ରୀ ଆଉ କହିଲା ସ୍ୱାମୀ ପର ପ୍ରେମିକ ମୋ ନିଜର । ଲାଜରେ ସ୍ୱାମୀର ମୁଣ୍ଡ ତଳକୁ ନଇଁ ପଡିଛି ସିନା ସ୍ତ୍ରୀ ର ଖୁସି କହିଲେ ନସରେ । ବାଃ ବାଃ ରେ ଦୁନିଆ । କଳିଯୁଗର କଳଙ୍କିନି ସ୍ତ୍ରୀ । ଦୁଇ ଛୁଆର ମା’ ହେଲାଣି କିଛି ପ୍ରେମ ନିଶା ଯାଇନି । ଦର୍ଶକବନ୍ଧୁ ଏ ଘଟଣା ଉତ୍ତରପ୍ରଦେଶ କି ବିହାରର ନୁହେଁ, ଖୋଦ ଆମ ଓଡ଼ିଶାର । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ବଡ କାଠିଆ ଗ୍ରାମରେ ।
ସୂଚନାନୁସାରେ ବିବାହିତ ମହିଳାଙ୍କ ଘରକୁ ରାତି ଅଧରେ ବାରମ୍ବାର ଆସୁଥିଲେ କଙ୍କଡ଼ାହାଡ଼ ବ୍ଲକ କୋରିଆପାଳ ଗ୍ରାମର ବିବାହିତ ଯୁବକ । ବାରମ୍ବାର ଏହି ଯୁବକ ଏଠାକୁ ଆସୁଥିବାରୁ ସନ୍ଦେହ କରି ଗ୍ରାମବାସୀ ଆଜି ଦୁହିଁଙ୍କୁ ଧରିଦେଇଥିଲେ । ମହିଳାଙ୍କ ସ୍ବାମି ଯେଉଁ କଂପାନୀରେ ଡ୍ରାଇଭର୍ ଭାବେ କାମ କରନ୍ତି ସେହି କମ୍ପାନୀରେ ଯୁବକ ସିକ୍ୟୁରିଟି ଗାର୍ଡ ଭାବରେ ଚାକିରି କରନ୍ତି । ଆଉ ଆଜି ଦୁଇଜଣଙ୍କୁ ଅସଂଯତ ଅବସ୍ଥାରେ ଧରିବା ପରେ ଗ୍ରାମର ମୁରବିମାନେ ସ୍ଥିର କରିଥିଲେ ଯେ ଉଭୟଙ୍କର ବାହାଘର ହିଁ କରାଯାଉ ବୋଲି । ବାସ୍ତବରେ ବିବାହିତ ଯୁବକ ଓ ମହିଳା ଚୋରା ପୀରତିରେ ଲିପ୍ତ ଥିବାବେଳେ ଧରି ନେଇଥିଲେ ଗ୍ରାମବାସୀ । ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ସ୍ଵାମୀଙ୍କ ଆଦେଶରେ ଦୁଇ ଛୁଆର ମା ହାତରୁ ଶଙ୍ଖା କାଢିଲେ, ମଥାରୁ ସିନ୍ଦୂର ପୋଛିଲେ, ବାହୁରୁ ବ୍ରତ କାଢି ସ୍ବାମି ହାତକୁ ଦେଲେ ଏବଂ ସେଠାରେ ତାଙ୍କ ପ୍ରେମିକ ଯୁବକ ମହିଳାଙ୍କୁ ପିନ୍ଧେଇଲେ ଶଙ୍ଖା ସିନ୍ଦୂର । ପରେ ଏହି ମହିଳା ପ୍ରେମିକ ବାଇକ୍ ପଛରେ ବସି ଉପସ୍ଥିତ ଥିବା ଗ୍ରାମବାସୀଙ୍କ ଆଶୀର୍ବାଦ ନେଇ ନିଜ ଜନ୍ମ କଲା ଛୁଆଙ୍କୁ ପର କରି ଯୁବକଙ୍କ ସହିତ ଛୁ ମାରିଛି ।
ଏଭଳି ଘଟଣା ଦିନକୁ ଦିନ ବଢୁଛି ସିନା ଏହା ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ କି ରୋକ ଲାଗିବା ଦେଖିବାକ ମିଳୁନି । ଆଉ ଏଭଳି କିଛି ଅସାମାଜିକ ପୀରତି ପାଇଁ ବହୁ ପରିବାର ଆଖିଆଗରେ ଭାଙ୍ଗି ଯାଉଛି । ଥରେ, ଏହି ଛୁଆଙ୍କ କଥା ଚିନ୍ତା କଲେ, ସେମାନଙ୍କ ଉପରେ ଏ ଘଟଣାର ପ୍ରଭାବ ପଡିବା ପରେ ସେମାନଙ୍କ ଅବସ୍ଥା କଣ ଥିବ । ତେବେ ପୁଣି କଣ କଣ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଆଗକୁ ଘଟୁଛି ତାହା ଦେଖିବାକୁ ବାକି ରହିଲା ।