ସୁସ୍ଥ ରହିବାକୁ ହେଲେ ପୋଷକଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ଯାହା ଆମକୁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ରକ୍ଷା କରିଥାଏ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦି ମିଶାଇ ପିଇବା ଉଚିତ୍ । ଯାହା ପିଇବା ଦ୍ବାରା ଆପଣଙ୍କ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇବ । ଅଧିକାଂଶ ଲୋକେ ଏହାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
ପ୍ରତ୍ୟେକ ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇବା ଶରୀର ପାଇଁ ବହୁତ ଲାଭଦାୟକ। ଆୟୁର୍ବେଦ ଅନୁସାରେ ଏହା ମଣିଷ ଶରୀର ଏବଂ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହି ହଳଦୀ ମିଶା କ୍ଷୀର ରୋଗ ପ୍ରତିରୋଧକ ଶକ୍ତି ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ । ଯାହାକୁ ଏକ ପ୍ରକାର ଔଷଧ ଭାବେ ବିବେଚନା କରାଯାଏ । ଏଥିରେ କରକ୍ୟୁମିନ୍ ନାମକ ଏକ ଉପାଦାନ ରହିଛି ଯାହା ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରେ । ଆୟୁର୍ବେଦରେ କୁହାଯାଇଛି ଯେ କ୍ଷୀର ଶରୀରର ମୌଳିକ ଶକ୍ତିକୁ ବୃଦ୍ଧି କରେ । ଯଦି କ୍ଷୀର ସହିତ ହଳଦି ମିଶାଇ ପିଉଛନ୍ତି ତେବେ ବାତ , ପିତ୍ତ , କଫକୁ ସନ୍ତୁଳନ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏହି ହଳଦୀ କ୍ଷୀର ଆଉ କ’ଣ ସବୁ ଆମକୁ ଲାଭ ପ୍ରଦାନ କରିଥାଏ ସେ ସମ୍ପର୍କରେ ଜାଣିବା ।
ଯଦି ନିଦ୍ରାହୀନତା ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏଥିପାଇଁ ହଳଦି କ୍ଷୀର ବେଷ୍ଟ ହୋଇଥାଏ । ଏଥିରେ ଥିବା ଆମିନୋ ଏସିଡ୍ ଟ୍ରିପ୍ଟୋଫାନ୍ ମସ୍ତିଷ୍କକୁ ଶାନ୍ତ କରିଥାଏ ଏବଂ ଗଭୀର ନିଦ୍ରା ଯୋଗାଇବାରେ ସାହାଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ ଥଣ୍ଡା, କାଶ, ଗଳା ଯନ୍ତ୍ରଣା ଭଳି ସମସ୍ୟାରୁ ଆରାମ ଦେଇଥାଏ ।
ହଳଦୀ କ୍ଷୀରରୁ ମିଳୁଥିବା କ୍ୟାଲସିୟମ ଗଣ୍ଠି ଯନ୍ତ୍ରଣା ଏବଂ ଶରୀର ପୀଡ଼ାରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଚର୍ମ ରୋଗ, ବ୍ରଣ ସମସ୍ୟା କିମ୍ବା କୁଣ୍ଡାଇ ହେବା ଭଳି ସମସ୍ୟା ଥିଲେ ହଳଦୀ କ୍ଷୀର ଆପଣଙ୍କ ଡାଏଟ୍ ଲିଷ୍ଟରେ ନିଶ୍ଚୟ ସାମିଲ କରନ୍ତୁ । କାରଣ ହଳଦୀ ରକ୍ତକୁ ପରିଷ୍କାର କରିଥାଏ । ଯାହା ଦ୍ବାରା ଏହି ସବୁ ସମସ୍ୟା ଚୁଟକିରେ ଗାଏବ ହୋଇଯାଇଥାଏ ।
ଯଦି ପାଚନ କ୍ରିୟାରେ ସମସ୍ୟା ଦେଖାଦେଉଛି ତେବେ ହଳଦୀ କ୍ଷୀର ପିଅନ୍ତୁ । ହଳଦୀ ଲିଭର ପାଇଁ ଭଲ ବୋଲି ପ୍ରମାଣିତ ହୋଇ ଆସୁଅଛି । ଏହାକୁ ପିଇବା ଦ୍ବାରା ଲିଭରକୁ ସଫା ରଖି ହଜମ ଶକ୍ତିକୁ ବଢାଇଥାଏ । ଏଥିସହ ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ଏସିଡିଟିରୁ ମୁକ୍ତି ଦେଇଥାଏ । ମାନସିକ ଚାପ ଏବଂ ଡିପ୍ରେସନ ଭଳି ସମସ୍ୟାକୁ ଦୂର କରିଥାଏ ।
ଏତିକି ନୁହେଁ ବରଂ ମହିଳାମାନଙ୍କ ପାଇଁ ହଳଦୀ କ୍ଷୀର ପ୍ରଭାବଶାଳୀ ହୋଇଥାଏ । ଯାହା ପିରିୟଡର ଯନ୍ତ୍ରଣା ଏବଂ ହରମୋନକୁ ନିୟନ୍ତ୍ରିତ କରି ରଖେ । ଏହା ପିଇବା ଦ୍ବାରା ଆପଣଙ୍କ ମେଟାବୋଲେଜିୟମକୁ ତ୍ବରାନ୍ବିତ କରି ଚର୍ବି କମ୍ କରିଥାଏ । ଓଜନ ହ୍ରାସର ଯାତ୍ରାକୁ ସହଜ କରିବା.ରେ ଏହା ବଡ଼ ଭୂମିକା ନିର୍ବାହ କରିଥାଏ ।
ଏହାକୁ ପିଇବାର ଏକ ସଠିକ୍ ଉପାୟ ରହିଛି । ଯାହା ରାତିରେ ଶୋଇବାର ପ୍ରାୟ ୩୦ମିନିଟ୍ ପୂର୍ବରୁ ପିଇବା ଆବଶ୍ୟକ । କିନ୍ତୁ ମନେ ରଖନ୍ତୁ ହଳଦୀ କ୍ଷୀରକୁ ଖାଲିପେଟରେ ପିଅନ୍ତୁ ନାହିଁ । ଖାଦ୍ୟ ଖାଇବା ପରେ ପିଇବା ଦ୍ବାରା ବେଶୀ ଫଳପ୍ରଦ ହୋଇଥାଏ ।