Monday, March 23, 2026
29.4 C
Odisha

    ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ହାତୀ ଆକ୍ରମଣରେ ପୁଅ ମୃତ, ମା ଗୁରୁତର। ଖୋର୍ଦ୍ଧା ଜିଲ୍ଲା ନନ୍ଦପୁର ପଞ୍ଚାୟତ ମହତପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ସତ୍ୟ ମାର୍ଥା(୧୪) ଏବଂ ଗୁରୁତର ହେଲେ ସୁଲୋଚନା ମାର୍ଥା।ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ମାଆ ସୁଲୋଚନା ମାର୍ଥା ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ପୁଅ ସତ୍ୟ ମାଆଙ୍କୁ ରକ୍ଷା କରିବାକୁ ଯାଇ  ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ସତ୍ୟ ମାର୍ଥାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟ ମାର୍ଥାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣେ ସୁଲୋଚନା ମାର୍ଥା ସେଠାରେ ଚିକିତ୍ସିତ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ