Friday, September 20, 2024
25.1 C
Odisha

    ହେଲମେଟ୍ ପିନ୍ଧନ୍ତୁ, ନ ହେଲେ କଟିବ ମାସକର ଦରମା!

    ଆଗକୁ ପଢନ୍ତୁ

    ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ମାସକର ଦରମା କଟିବ । ଏହା ଜଣା ପଡିଛି ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଆସିଥିବା ଏକ ନିର୍ଦ୍ଦେଶନାମାରୁ । ଏଭଳି ନିର୍ଦ୍ଦେଶନାମା ଶିକ୍ଷକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଜାରି ହୋଇଥିବା ଏକ ଚିଠିରେ ଦର୍ଶାଯାଇଛି ଯେ, ମୋହନା ବ୍ଲକର ପ୍ରାଥମିକ ଶିକ୍ଷକମାନେ ନିଜର ସୁରକ୍ଷା ପାଇଁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କିଏ ଯଦି ଏହି ନିୟମର ଉଲଘଂନ କେର କରିଥିବା ଦୃଷ୍ଟିକୁ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ସେମାନଙ୍କ ଗୋଟିଏ ମାସର ଦରମା ବନ୍ଦ ହୋଇଯିବ । ଉଭୟ ବିଇଓ ଏବଂ ଏବିଇଓ ଏହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡିଛି । ଏଭଳି ଏକ ନିର୍ଦ୍ଦେଶନାମାକୁ ନେଇ ସାରା ଗଜପତି ଜିଲ୍ଲାରେ ଚର୍ଚ୍ଚା ଲାଗିରହିଥିବାବେଳେ ଏ ସଂପର୍କରେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଫଳରେ ସେଠାକାର ଶିକ୍ଷକଙ୍କ ମନରେ ଏହାକୁ ନେଇ ଏବେ ଛାନିଆ ପସିଛି । ତେବେ ଏହା କେତେ ସତ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଯଦି ଏପରି ହୋଇଥାଏ, ତେବେ ଶିକ୍ଷକମାନେ ହେଲମେଟ ପିନ୍ଧିବା ଥୟ । ନହେଲେ ସେମାନଙ୍କୁ ମୋଟା ରକମର ଫାଇନ ଭରିବାକୁ ପଡିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    88 %
    1.4kmh
    23 %
    Fri
    25 °
    Sat
    32 °
    Sun
    31 °
    Mon
    31 °
    Tue
    30 °

    ସମ୍ବନ୍ଧିତ