Thursday, April 9, 2026
35.5 C
Odisha

    ୟୁଜିସିର ବଡ଼ ନିଷ୍ପତ୍ତି, ଏଣିକି ଅଙ୍ଗନୱାଡି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱେର   :   ୟୁଜିସିର ବଡ଼ ନିଷ୍ପତ୍ତି । ଅଙ୍ଗନୱାଡିକୁ ଆଡପ୍ଟ କରିବେ ବିଶ୍ୱବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି ନିର୍ଦ୍ଦେଶନାମା ଜାରି କରିଛି । ବିଶ୍ୱବିଦ୍ୟାଳୟ କରିବେ ମେଣ୍ଟରସିପ୍ । ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଫିଲ୍ଡ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ ହେବ । ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଲା ୟୁଜିସି ।

    ପ୍ରାରମ୍ଭିକ ଶିଶୁ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଶିକ୍ଷା, ମନୋବିଜ୍ଞାନ, ପୋଷଣ ଏବଂ ସମାଜ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ବିକାଶରେ ସହଯୋଗ କରିବେ । ଏହାଦ୍ୱାରା ୩ରୁ ୬ ବର୍ଷର ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପେଶାଗତ ଅନୁଭୂତି ହାସଲ କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହା କେବଳ ଶିକ୍ଷା ନୁହେଁ ବରଂ ସମାଜ ପ୍ରତି ଛାତ୍ର ସମାଜର ଦାୟିତ୍ୱବୋଧକୁ ଆହୁରି ବୃଦ୍ଧି କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.5 ° C
    35.5 °
    35.5 °
    23 %
    1.7kmh
    87 %
    Thu
    38 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ