Sunday, January 12, 2025
14.6 C
Odisha

    ୨୩ରେ ପୁରୀରୁ ଗଡ଼ିବ ମହାକୁମ୍ଭ ସ୍ପେଶାଲ ଟ୍ରେନ -ବାରଣାସୀ, ପ୍ରୟାଗରାଜ ଓ ଅଯୋଧ୍ୟା ବୁଲିବେ ଯାତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା ଜାନୁଆରୀ ୨୩ ତାରିଖରେ ପୁରୀରୁ ଗଡିବ ମହାକୁମ୍ଭ ସ୍ପେଶାଲ ଟ୍ରେନ (ପୁଣ୍ୟକ୍ଷେତ୍ର ଯାତ୍ରା) । ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଏକ ଯୋଜନା କରିଛି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେଶନ (ଆଇଆର୍‌ସିଟିସି) ଲିମିଟେଡ । ୭ ଦିନର ଏହି ପୁଣ୍ୟକ୍ଷେତ୍ର ଯାତ୍ରା କାଳ ମଧ୍ୟରେ ବାରାଣସୀ, ପ୍ରୟାଗରାଜ ଓ ଅଯୋଧ୍ୟା ଦର୍ଶନ କରିବେ ଯାତ୍ରୀ । ଆଇଆର୍‌ସିଟିସି ତରଫରୁ ଏଇଭଳି କମ୍ପ୍ଲିଟ ପ୍ୟାକେଜର ଘୋଷଣା କରାଯାଇଛି । ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ୟାକେଜ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।
    ଏହି ପ୍ୟାକେଜରେ ଯାଉଥିବା ଯାତ୍ରୀମାନଙ୍କୁ ନିରାମିଷ ଭୋଜନ (ସକାଳ ଚା, ଚଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ) ରହିବା ସହ ଷ୍ଟେସନରୁ ପ୍ରମୁଖ ଜାଗାକୁ ଯିବା ପାଇଁ ଆଇଆର୍‌ସିଟିସି ପକ୍ଷରୁ ବ୍ୟବସ୍ଥା ରହିଛି । ଏଥିସହ ଟ୍ରାଭେଲ ବୀମା ମଧ୍ୟ ସୁବିଧା ଅଛି । ଏହି ପ୍ୟାକେଜର ମୂଲ୍ୟ ରହିଛି ୨୦,୯୦୫ ଟଙ୍କା । ଯେଉଁଥିରେ ରହିବା, ଖାଇବା ଏବଂ ଟ୍ରେନ ଟିକେଟ ସାମିଲ ରହିଛି । ଏଥିପାଇଁ ଯେଉଁ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ ସେଥିରେ ସମୁଦାୟ ୭୦୨ଟି ସିଟ୍ ରହିଛି । ଯେଉଁଥିରେ ସ୍ଲିପର କ୍ଲାସ ପାଇଁ ୧୦ଟି ବଗିରେ ୬୪୮ଟି ସିଟ୍ (ପ୍ୟାକେଜର ମୂଲ୍ୟ ୨୦,୯୦୫ ଟଙ୍କା) ଏବଂ ଏସି ୩ ଟାୟାର ପାଇଁ ୫୪ଟି ସିଟ୍ ବ୍ୟବସ୍ଥା ହୋଇଛି । ଏହି ୫୪ଟି ସିଟ୍ ଲାଗି ପ୍ୟାକେଜ ମୂଲ୍ୟ ରହିଛି ୨୮,୩୦୫ ଟଙ୍କା । ବାରାଣାସୀରେ କାଶୀ ବିଶ୍ୱନାଥ, ପ୍ରୟାଗରାଜରେ କୁମ୍ଭମେଳା ଏବଂ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ବ୍ୟବସ୍ଥା ରହିଛି । ଅନ୍‌ଲାଇନ ସହ ଅଫ୍ ଲାଇନ୍ ବୁକିଂ ସୁବିଧା ରହିଛି । ପୁରୀରୁ ୨୩ ତାରିଖରେ ଏହି ଟ୍ରେନ୍ ଛାଡି ୨୯ ତାରିଖରେ ପୁରୀରେ ପହଞ୍ôଚବ । ଯାତ୍ରୀମାନେ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ହିଜିଲି ଏବଂ ଟାଟା ନଗରରୁ ଚଢି ଫେରିବା ବେଳେ ଏହିସବୁ ଜାଗାରେ ଓହ୍ଲାଇପାରିବେ ଆଇଆରସିଟିସି ଭୁବନେଶ୍ୱରର ଜଏଣ୍ଟ ଜେନେରାଲ ମ୍ୟାନେଜର (ଟୁରିଜିମ) ଡ. କ୍ରାନ୍ତି ପି ସାୱରକର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରିଜିଓନାଲ ମ୍ୟାନେଜର ଅନୁଜ ଦତ୍ତା ଏବଂ ଏକ୍‌ଜିକ୍ୟୁଟିଭ (ଟୁରିଜିମ୍‌) ସଂଘମିତ୍ରା ରାଉଳ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.6 ° C
    14.6 °
    14.6 °
    68 %
    2.2kmh
    100 %
    Sat
    15 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ