Saturday, March 7, 2026
19.3 C
Odisha

    ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ରାଉରକେଲା : ପ୍ଲାଣ୍ଟସାଇଟ୍ ଥାନା ଅଧୀନ ସାତ ତାଲା ନିକଟ ମହତାବ ରୋଡ୍ ଛକଠାରେ ଚର୍ଚ୍ଚିତ ଏମ୍‌ଡି ଜାହିଦ ଅଖତର ଓରଫ ଗୋଲଡେନ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି । ନାଲାରୋଡ ଅଞ୍ଚଳର ଦୋଷୀ ଏମ୍‌ଡି ସାହିଦ ଓ ଏମ୍‌ଡି ସାଗିରଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି । ୩୪୧ ଦଫାରେ ଏକ ମାସଜେଲ ଓ ୨୫ ଆର୍ମସ ଆକ୍ଟରେ ୭ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଦ୍ୱିତୀୟ ଏଡିଜେ ମନୋଜ କୁମାର । ସୂଚନା ମୁତାବକ, ୨୦୧୬ ଜାନୁଆରୀ ୧୨ରେ ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ ଗୋଲଡେନଙ୍କୁ ଉକ୍ତ ଛକ ଠାରେ ଗୁଳି କରାଯାଇ ହତ୍ୟା କରାଯାଇଥିଲା । ସୋସିଆଲ ମିଡିଆରେ ଅପ୍ରୀତିକର ଧାର୍ମିକ ମନ୍ତବ୍ୟକୁ ନେଇ ହତ୍ୟାକାଣ୍ଡ ଘଟିଥିଲା ବୋଲି ବେଶ୍ ଚର୍ଚ୍ଚା ହୋଇଥିଲା । ସେତେବେଳେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ୩ ଜଣ ଏମଡି ଅସଲମ୍‌, ଇମରାନ କ୍ୟୁରେସି ଓ ତାଜ କ୍ୟୁରେସୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସରକାରୀ ଆଇନଜୀବୀ ବିଜୟ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ