Thursday, April 2, 2026
37.1 C
Odisha

    ୪୦ ଡିଗ୍ରୀ ଉପରେ ରାଜ୍ୟର ୩୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ଉତ୍ତପ୍ତ ସହର

    ଆଗକୁ ପଢନ୍ତୁ

    ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠୁ ଅସମ୍ଭାଳ ହୋଇଛି। ସ୍ଥିତି ଯାହା ଥିଲା, ତାହାଠୁ ଆହୁରି ବିଗିଡ଼ିଛି। ଟାଣ ଖରା କଲବଲ କରିବା ସହ ଝାଞ୍ଜିମାଡ଼ରେ ଶରୀର ଝାଇଁଝାଇଁ ହୋଇଯାଉଛି। ଏପରି ସ୍ଥିତି ଆହୁରି ୫ ଦିନ ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିସାରିଛି। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।ଏହାରି ମଧ୍ୟରେ ଆଜି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ବୌଦ୍ଧରେ ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ