ଇନ୍ଦ୍ରାବତୀ କେନାଲରେ ଘାଇ, ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ

ଇନ୍ଦ୍ରାବତୀ କେନାଲରେ ଘାଇ, ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବମହୁଡାରେ ୧୦ମିଟର ଘାଇ ହୋଇ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେବାର ଆଶଙ୍କା। ପାଜେନ୍‌ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ୩୩.୩୨୬ ବମହୁଡାରେ ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଦ୍ଵାରା ପାଜେନ୍‌ ଗାଁ ଭିତରକୁ ପାଣି ପଶିଥିବା ବେଳେ ପ୍ରାୟ ୨ରୁ ୩ଟି ଘରେ ପାଣି ପଶିଛି। ଘଟଣାସ୍ଥଳରେ ପହଞ୍ଚି SDO ପ୍ରଣୟ ପ୍ରଧାନ ଓ ପ୍ରତାପ ବେହେରା AE ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୂର୍ବରୁ ମଧ୍ୟ ଏହି କେନାଲରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ସେହି ସମୟର କ୍ଷତିପୂରଣ ଏପର୍ଯ୍ୟନ୍ତ ଚାଷୀମାନେ ପାଇନଥିବା ବେଳେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ତେବେ ଘାଇ ବନ୍ଦ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।