ଆଜି କରୋନାରେ ଗଲା ୧୫ ଜୀବନ

ଆଜି କରୋନାରେ ଗଲା ୧୫ ଜୀବନ

ରାଜ୍ୟରେ କରୋନାରେ ଆଉ ୧୫  ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ ରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ଭଦ୍ରକରୁ ୧, ବରଗଡରୁ ୧, କଟକରୁ ୨, ଜଗତସିଂହପୁରରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ନବରଙ୍ଗପୁରରୁ ୨, ପୁରୀରୁ ୧, ସମ୍ବଲପୁରରୁ ୨ ଓ ରାଉରକେଲାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।