କରୋନା ନେଲା ୧୫ଜଣଙ୍କ ଜୀବନ

କରୋନା ନେଲା ୧୫ଜଣଙ୍କ ଜୀବନ

ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି ।

Regret to inform the demise of fifteen #COVID19 positive patients while under treatment in hospitals.
1. A 50-year old female of Dhenkanal district.
2. A 42-year old male of Dhenkanal district who was also suffering from Diabetes.
3. A 29-year old female of Rourkela.

— H & FW Dept Odisha (@HFWOdisha) October 22, 2020

ମୃତକଙ୍କ ଭିତରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ଏବେ ବଢୁଛି ।