ବାଇକ୍ ଚୋରୀ ଗ୍ୟାଙ୍ଗ ଠାବ, ୭ ଗିରଫ

ବାଇକ୍ ଚୋରୀ ଗ୍ୟାଙ୍ଗ ଠାବ, ୭ ଗିରଫ

ବଡ଼ ବାଇକ୍ ଚୋରୀ ଗ୍ୟାଙ୍ଗଙ୍କୁ ଧରିଛି ଗଞ୍ଜାମ ପୋଲିସ୍। ବାଇକ୍ ଚୋରୀ ଘଟଣାରେ ଲିପ୍ତ ଥିବା ୭ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଗତ ପାର୍ବଣ ସମୟରେ ଗଞ୍ଜାମରେ ନିୟମିତ ବହୁ ମାତ୍ରାରେ ବାଇକ୍ ଚୋରୀ ହେଉଥିବାର ଅଭିଯୋଗ ଆସିଥିବା ବେଳେ ଆକ୍ସନ ମୁଡ଼୍ କୁ ଆସିଥିଲା ଭଂଜନଗର ଓ ବୁଗୁଡା ଥାନା ପୁଲିସ । ଯାହାରି ଫଳ ସ୍ୱରୂପ ୧୯ଟି ଚୋରା ଗାଡି ଜବତ ହେବା ସହ ଏଥିରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।ଏନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବର ଅନୁସାରେ ଅଭିଯୁକ୍ତମାନେ ପ୍ରଥମେ ଗାଡ଼ି ଚୋରୀ କରିବା ପରେ ତାକୁ ଅଲଗା ଅଲଗା ଗ୍ୟାରେଜର ମାଲିକଙ୍କୁ ବିକ୍ରି କରୁଥିବାର ଜଣାପଡିଛି । ଏପରିକି ଚୋରା ଗାଡ଼ି କିଣି କାଗଜ ପତ୍ର ନଦେଖେଇ ପାରିବାକୁ ୩ ଜଣ ସାଧାରଣ ଲୋକ ମଧ୍ୟ ଗିରଫ ହୋଇଥିବା ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ଅଭିଯୁକ୍ତ ମାନେ ଭଂଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା, ସାରଙ୍ଗଗଡ଼ ଥାନା, ସୋନପୁର ଏବଂ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗାଡ଼ି ଚୋରୀ କରୁଥିଲେ ।