Thursday, April 2, 2026
37.1 C
Odisha

    ମା’କୁ ହତ୍ୟା କଲେ ଦୁଇ ପୁଅ

    ଆଗକୁ ପଢନ୍ତୁ

    କଟକ: ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
    ସୂଚନା ଅନୁଯାୟୀ, ମହାନଦୀ ବିହାର ସ୍ଥିତ ଏକ ଘରେ ମା’ ଓ ଦୁଇ ପୁଅ ରହନ୍ତି। ଆଜି ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ। ପାଖ ପଡ଼ୋଶୀ ମା’ର ଚିତ୍କାର ଶୁଣି କ’ଣ ଘଟିଲା ବୋଲି ଜାଣିବାକୁ ଚାହିଁବା ବେଳକୁ ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପଡ଼େଶୀମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ କାହିଁକି ଦୁଇ ପୁଅ ମିଶି ଏଭଳି ଜଘନ୍ୟ କାଣ୍ଡ ଭିଆଇଲେ, ତାହା ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ପୁଅଠାରୁ କିଛି ସୂରାକ୍ ମିଳିବ ବୋଲି ପୁଲିସ ଆଶଶ ରଖିଛି। ତେଣେ ଫେରାର ପୁଅକୁ ଖୋଜିବା କାମ ଆରମ୍ଭ କରିଛି ପୁଲିସ୍। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ