ଆଜି ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରେ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୨ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୨, ଖଣ୍ଡଗିରି ଓ ନୟାପଲ୍ଲୀରୁ ୯ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଟଙ୍କପାଣି ରୋଡରୁ ୬, ବାପୁଜୀ ନଗରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି BMCରେ କରୋନାରୁ ୩୧୩ ଆକ୍ରାନ୍ତ ସୁସ୍ଥ ହୋଇଥିବେ ନେଇ ସୂଚନା ଦେଇଛି ବିଏମ୍‌ସି।