ପୁରୀ ସହରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ପୁରୀ ସହରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଲଗାତର ଦୁଇଦିନ ହେବା ପୁରୀ ସହରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ମଙ୍ଗଳବାର ପରେ ବୁଧବାର ମଧ୍ୟ ପୁରୀ ଏସଟିଏଫ କବଜାରେ ଧରା ପଡିଛନ୍ତି ବ୍ରାଉନସୁଗାର ବେପାରୀ । ଆଜି ୫ ଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ପୋଲିସ କହିଛି । ଗିରଫ ୫ ବେପାରୀଙ୍କଠାରୁ ୧୧ଟି ମୋବାଇଲ ଫୋନ୍, ୫ ହଜାର ନଗଦ ଟଙ୍କା, ଦୁଇଟି ଏଟିଏମ୍ କାର୍ଡ, ଗୋଟିଏ ମଟର ସାଇକେଲ, ଗୋଟିଏ ଚାରିଚକିଆ ଗାଡି ଜବତ ହୋଇଛି । ତେବେ ପୋଲିସ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ଚଳାଇଛି। ତେବେ ପୁରୀ ସହରରୁ ଲଗାତର ବ୍ରାଉନସୁଗାର କାରବାର ଲୋକଙ୍କ ଚିନ୍ତା ବଢ଼େଇଛି।