ରାଜଧାନୀରେ ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ରାଜଧାନୀରେ ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ପୋଲିସ ଆଖିରେ ଧୂଳି ଦେବା ପାଇଁ ନିଶା ବେପାରୀମାନେ ନାନା ପ୍ରକାର ଉପାୟ ଆପଣାଉଛନ୍ତି। ଆଜି ଗୋଟିଏ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ପୋଲିସ । ଚଢାଉ କରି ରସୁଲଗଡ ନିକଟରୁ ଏକ ତେଲ ଟ୍ୟାଙ୍କରରୁ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଏନସିବି । ତେବେ ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି ।ଖବର ଅନୁଯାୟୀ , ଭୁବନେଶ୍ବର ରସୁଲଗଡ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ତେଲ ଟ୍ୟାଙ୍କରକୁ ଧରିଛି ଏନସିବି । କୌଣସି ସୂତ୍ରରୁ ସୂଚନା ପାଇ ରସୁଲଗଡ ନିକଟରେ ଏନସିବି ଛାନଭିନ୍ କରିଥିଲା । ସେଠାରୁ ଏକ ତେଲ ଟ୍ୟାଙ୍କରକୁ ଜବତ କରିବା ସହ ସେଥିରୁ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ତେଲ ଟ୍ୟାଙ୍କରର ଡ୍ରାଇଭର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ତେଲ ଟ୍ୟାଙ୍କରଟି ପଶ୍ଚିମବଙ୍ଗ ନମ୍ବରର ବୋଲି ଜଣାପଡିଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଏନସିବି ।