ଆଜି ରାଜଧାନୀରେ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି  ରାଜଧାନୀରେ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୪୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

Update on newly detected #COVID19 cases in the last
24 hrs under the BMC area on 14th Oct 2020(till 9am). pic.twitter.com/TlxJPzsbF7

— BMC (@bmcbbsr) October 14, 2020

ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୬ ହଜାର ୨୮୩ କୁ ବୃଦ୍ଧି ପାଇଛି । ମୋଟ ୨୬ ହଜାର ୨୮୩ ପଜିଟିଭ ମଧ୍ୟରୁ ୧୨୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୨ ହଜାର ୮୬୭ ଜଣ ସୁସ୍ଥ ଓ ୩,୨୭୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।