ରାଜ୍ୟରେ ଆଉ ୨୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ୨୬୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 5th October
— I & PR Department, Odisha (@IPR_Odisha) October 6, 2020
New Positives Cases: 2673
In quarantine: 1554
Local contacts: 1119
(Details of local contacts will be shared by concerned District Administration)
District Wise Cases
1. Angul: 126
2. Balasore: 70
3. Bargarh: 68
4. Bhadrak: 97
5. Balangir: 93
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୫, ଗଞ୍ଜାମ ଜିଲ୍ଲାରୁ ୪୪, ବଲାଙ୍ଗୀର ଜିଲ୍ଲାରୁ ୯୩, ବାଲେଶ୍ବର ଜିଲ୍ଲାରୁ ୭୦, କୋରାପୁଟ ଜିଲ୍ଲାରୁ ୩୯, ଭଦ୍ରକରୁ ୯୭, ରାୟଗଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୧୨୪, ସୁନ୍ଦରଗଡ଼ ଜିଲ୍ଲାରୁ ୮୮, ଜଗତସିଂହପୁର ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ ୭୩, କଳାହାଣ୍ଡି ଜିଲ୍ଲାରୁ ୭୭, ଯାଜପୁର ଜିଲ୍ଲାରୁ ୮୮, କନ୍ଧମାଳ ଜିଲ୍ଲାରୁ ୪୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୧, ମାଲକାନଗିରି ଜିଲ୍ଲାରୁ ୩୨, ଗଜପତି ଜିଲ୍ଲାରୁ ୧୧, ମୟୂରଭଞ୍ଜ ଜିଲ୍ଲାରୁ ୧୦୦ , ଝାରସୁଗୁଡ଼ା ଜିଲ୍ଲାରୁ ୬୮, ଢେଙ୍କାନାଳ ଜିଲ୍ଲାରୁ ୩୬, ନବରଙ୍ଗପୁର ଜିଲ୍ଲାରୁ ୭୨, କେନ୍ଦୁଝର ଜିଲ୍ଲାରୁ ୫୧, ସୁବର୍ଣ୍ଣପୁର ଜିଲ୍ଲାରୁ ୬୯, ଅନୁଗୁଳ ଜିଲ୍ଲାରୁ ୧୨୬, ବରଗଡ଼ ଜିଲ୍ଲାରୁ ୬୮, ନୂଆପଡ଼ା ଜିଲ୍ଲାରୁ ୧୫୯, ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
Comments (0)