ଦୁଇ ବାୟୁସେନା ବିମାନ ମୁହାଁମୁହିଁ ଧକ୍କା, ୩ ପାଇଲଟ୍‌ ମୃତ, ଜଣେ ଗୁରୁତର

ଦୁଇ ବାୟୁସେନା ବିମାନ ମୁହାଁମୁହିଁ ଧକ୍କା, ୩ ପାଇଲଟ୍‌ ମୃତ, ଜଣେ ଗୁରୁତର

ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଆଜି ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଫଳରେ ତିନି ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ପାଇଲଟ୍‌ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ମୃତାହତଙ୍କ ବିଷୟରେ ବାୟୁସେନା ପକ୍ଷରୁ ଏଯାବତ୍ କୌଣସି ସୂଚନା ଦିଆ ଯାଇନାହିଁ। ଅଗ୍ନିଶମ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଆଧାରରେ ଦକ୍ଷିଣ କୋରିଆର ଏକ ସମ୍ବାଦ ସରବରାହ ସଂସ୍ଥା ଏହି ସୂଚନା ଦେଇଛି।

ଦକ୍ଷିଣ କୋରିଆ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ପୂର୍ବ ସହର ସାଚେଓନ୍‌ର ବିମାନ ଘାଟି ନିକଟରେ ପୂର୍ବାହ୍ନ ସମୟରେ ଘଟିଛି ଏହି ଦୁର୍ଘଟଣା। କେଟି-୧ ବିମାନ ପରସ୍ପର ସହିତ ମୁହାଁମୁହିଁ ଧକା ହୋଇଥିଲେ। ମୃତାହତଙ୍କ ବିଷୟରେ ଜାଣିବାକୁ ଖୋଜାଖୋଜି ଚାଲିଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ୩୦ରୁ ଊର୍ଦ୍ଧ୍ବ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।