୩ ଆତଙ୍କବାଦୀ ନିପାତ

୩ ଆତଙ୍କବାଦୀ ନିପାତ

କାଶ୍ମୀରରେ ଜାରି ରହିଥିବା ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ପୁଣି ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଆଜି ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ଜାରି ରହିଥିବା ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ୩ ଆତଙ୍କୀଙ୍କୁ ନିପାତ କରିବାରେ ସଫଳତା ପାଇଛି ସୁରକ୍ଷା ବଳ ।

ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ଆତଙ୍କବାଦୀ ନିରୋଧି ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଗୁଇନ୍ଦା ସୁଚନା ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି ସୁରକ୍ଷା ବଳ । ଗତ କିଛି ଦିନ ମଧ୍ୟରେ ସୁରକ୍ଷାବଳକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି ।