ବସ-କାର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ୫ ବ୍ୟକ୍ତି

ବସ-କାର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ୫ ବ୍ୟକ୍ତି

ଝାଡଖଣ୍ଡ ରାମଗଡ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କାରେ ଲାଗିଗଲା ନିଆଁ। ଦୁର୍ଘଟଣାରେ ୫ ଜୀବନ୍ତ ଜଳି ଯାଇ ଥିବାର ସୂଚନା ମିଳିଛି। ଏଥିସହ ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ କାର୍‌ ଏବଂ ବସ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। ପରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଦେଖୁ ଦେଖୁ କାର୍‌ ଯାଏଁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ମିଳିଛି। ତେବେ ସମ୍ପୂର୍ଣ୍ଣ ଭାବେ ଶରୀର ଜଳି ଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।